Tuesday, February 10, 2026
14.7 C
Odisha

    ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା, ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା

    ଆଗକୁ ପଢନ୍ତୁ

    ପାକିସ୍ତାନ: ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ ମାସରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଯୋଗୁ ପାକିସ୍ତାନକୁ ପଣ୍ୟ କାରବାର ବନ୍ଦ କରିଛି ଆଫଗାନିସ୍ତାନ । ପଣ୍ୟ କାରବାର ସାଙ୍ଗକୁ ଯାବତୀୟ ବାଣିଜ୍ୟ କାରବାର ମଧ୍ୟ ବନ୍ଦ କରିଛି ।  ପାକିସ୍ତାନର ଭୀଷଣ ଏୟାର ଷ୍ଟ୍ରାଇକ୍  ଯୋଗୁ ଉଭୟ ରାଷ୍ଟ୍ରର ପାଖାପାଖି ଶହେ ସୈନିକଙ୍କ ମୃତ୍ୟୁ ହୋଇଛି । ଯାହାର ଦୃଢ଼ ପ୍ରତିବାଦ କରି ଉଭୟ ରାଷ୍ଟ୍ରର ସୀମାବର୍ତ୍ତୀ ଅଞ୍ଚଳ ତୋରଖାମ ଓ ଚାମାନରେ ବର୍ଡର୍  ସିଲ୍  କରାଯାଇଛି। ଏଥିଯୋଗୁ ଉଭୟ ରାଷ୍ଟ୍ର ପ୍ରାୟ ୧ ନିୟୁତ ଡଲାର କ୍ଷତି ସହିଛନ୍ତି ।

    ଗତ ଅକ୍ଟୋବର ୧୧ରୁ ପାକିସ୍ତାନକୁ ବିଭିନ୍ନ ଉତ୍ପାଦ ରପ୍ତାନୀ ବନ୍ଦ କରିଛି । ଏହି ଉତ୍ପାଦ ମଧ୍ୟରେ ଟମାଟୋ ସାମିଲ ଥିବାରୁ ପାକିସ୍ତାନ ଭୋଗିଛି ଏହି ମହଙ୍ଗା ମାଡ଼। ପାକିସ୍ତାନର ପ୍ରାୟ ପ୍ରତ୍ୟେକ ଡିସ୍ ରେ ଟମାଟୋର ବହୁଳ ବ୍ୟବହାର ରହିଛି । କିନ୍ତୁ କେଜି ୬୦୦ ଟଙ୍କାରେ ପହଞ୍ଚିବା ପରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ଘରୋଇ ବ୍ୟବହାର କଷ୍ଟକର ହୋଇଛି । ୨୦୨୧ ଠାରୁ କାବୁଲରେ ତାଲିବାନ ଶାସନ ପରେ ଏବେ ପାକିସ୍ତାନକୁ ଦୃଢ଼ ଭାବେ ବିରୋଧ କରି ଆସୁଛି ତାଲିବାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.7 ° C
    14.7 °
    14.7 °
    68 %
    1.5kmh
    2 %
    Tue
    31 °
    Wed
    32 °
    Thu
    33 °
    Fri
    33 °
    Sat
    33 °

    ସମ୍ବନ୍ଧିତ