Monday, September 28, 2026
30.3 C
Odisha

    ପାକିସ୍ତାନରେ ଭଙ୍ଗାଗଲା ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର

    ଆଗକୁ ପଢନ୍ତୁ

    ଇସଲାମାବାଦ୍‌  : ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍‌ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଫାରୁକବାଦ୍‌ରେ ଥିବା ଏହି ଗୁରୁଦ୍ବାରର କିଛି ଅଂଶକୁ ଜଣେ ସ୍ଥାନୀୟ ବ୍ୟବସାୟୀ ଭାଙ୍ଗି ଦେବା ନେଇ ଖବର ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ୍‌ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଗୁରୁଦ୍ବାର ଭଙ୍ଗା ଯାଇଥିବା ବେଳେ ସେଠାକାର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସେମାନଙ୍କ ପୂଜାସ୍ଥଳ ଉପରେ କ୍ରମାଗତ ଆକ୍ରମଣ ହେଉଥିବା ଏହି ଘଟଣା ପ୍ରମାଣିତ କରୁଛି।ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଫାରୁକବାଦ୍‌ର ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସଂପୃକ୍ତ ବ୍ୟବସାୟୀଜଣକ ପ୍ରଶାସନ ଠାରୁ କୌଣସି ଅନୁମତି ନ ନେଇ ଗୁରୁଦ୍ବାରର କିଛି ଅଂଶ ଭାଙ୍ଗିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ଶିଖ୍‌ ସମ୍ପଦ୍ରାୟ ତରଫରୁ ପ୍ରତିବାଦ କରାଯିବା ପରେ ପ୍ରଶାସନ ଏ ସମ୍ପର୍କରେ ଜାଣିବାକୁ ପାଇଥିଲା। ପାକିସ୍ତାନ ପଞ୍ଜାବ ପ୍ରଦେଶର ସଂଖ୍ୟାଲଘୁ ବ୍ୟାପାର ବିଭାଗ ମନ୍ତ୍ରୀ ରମେଶ ସିଂହ ଆରୋରା ବୁଧବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।ତାଙ୍କ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ୱାକଫ୍‌ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କୁ ଆରୋରା କହିଥିଲେ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଭଙ୍ଗା ଯାଇଥିବା ଗୁରୁଦ୍ବାର ଜମିଜମା ସମ୍ପର୍କିତ ତଥ୍ୟ ତର୍ଜମା କରିବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରାଥମିକ ତଦନ୍ତଟି ଗୁରୁଦ୍ବାରଟି ୱାକଫ୍‌ ସମ୍ପତ୍ତି ଉପରେ ନିର୍ମାଣ ହୋଇନଥିବା ଜଣାପଡ଼ିଛି। ତେଣୁ ଗୁରୁଦ୍ବାରାର ତୁରନ୍ତ ମରାମତି ପାଇଁ ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ