Monday, September 28, 2026
30.3 C
Odisha

    ୧୬ତମ ଭାରତ-ଜାପାନ ଶିଖର ସମ୍ମିଳନୀ;ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉପରେ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀର ହାଇଦରାବାଦ ହାଉସ୍‌ରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବା ପରେ ଦୁଇ ରାଷ୍ଟ୍ର ସହଯୋଗ ସ୍ମାରକପତ୍ର ଆଦାନପ୍ରଦାନ କରିଥିଲେ। ଦୁଇ ନେତା ନିବେଶ, ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ସୁରକ୍ଷା ଓ ଆଞ୍ଚଳିକ- ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ଏକ ଅଂଶ। ଏହା ପୂର୍ବରୁ ତାକାଇଚିଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।ତାକାଇଚି ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ତିନି ଦିନିଆ ଗସ୍ତ ସମୟରେ ତାକାଇଚି ଭାରତ-ଜାପାନ ବିଜନେସ୍‌ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବେ, ଯେଉଁଠାରେ ଦୁଇ ଦେଶ ମଧ୍ୟରେ ନିବେଶ ଓ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯିବ। ସୂଚନାଥାଉ କି ଦୁଇ ଦେଶ ଏପରି ବ୍ୟବସ୍ଥା ଉପରେ କାମ କରୁଛନ୍ତି ଯାହା ବାଣିଜ୍ୟ କାରବାର ଭାରତୀୟ ଟଙ୍କା ଓ ଜାପାନୀ ୟେନରେ କରିବାକୁ ଅନୁମତି ଦେବ। ଏହି ଯୋଜନା ଅନ୍ତର୍ଗତ ଜାପାନ କମ୍ପାନୀ ଭାରତୀୟ ବ୍ୟାଙ୍କରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ସିଧାସଳଖ ଭାରତୀୟ ଟଙ୍କା ଓ ଜାପାନର ୟେନ୍‌‌ରେ କାରବାର କରିପାରିବ। କାରବାର ପାଇଁ ଆମେରିକୀୟ ଡଲାର କିମ୍ବା ତୃତୀୟ ଦେଶର ବ୍ୟାଙ୍କ ଆବଶ୍ୟକ ହେବ ନାହିଁ। ଗତବର୍ଷ ଅଗଷ୍ଟରେ ମୋଦୀଙ୍କ ଜାପାନ ଗସ୍ତ ଅବସରରେ ଦୁଇ ଦେଶ ‌ଏହି ଯୋଜନାରେ କାର୍ଯ୍ୟ କରିବେ ବୋଲି ରାଜି ହୋଇଥିଲେ।

    ଜାପାନର ଅର୍ଥ ମନ୍ତ୍ରଣାଳୟ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଏକ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଯାଉଛି। ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସମ୍ପର୍କ ସ୍ଥିର ଭାବରେ ମଜଭୁତ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୨୭.୫ ବିଲିୟନ ଡଲାରରେ ପହଞ୍ଚିଛି। ଜାପାନ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୬୧ ବିଲିୟନ ଡଲାରରୁ ଅଧିକ ନିବେଶ କରିବାର ଲକ୍ଷ୍ୟ ମଧ୍ୟ ରଖିଛି। ଭାରତରେ ବର୍ତ୍ତମାନ ୧୪୦୦ ଜାପାନ କମ୍ପାନୀ ନିଜ ବ୍ୟବସାୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ