Thursday, November 19, 2026
19.5 C
Odisha

    ପାକିସ୍ତାନର ଏକ ବଜାରରେ ବୋମା ବିସ୍ଫୋରଣ, ୯ ମୃତ

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱାରେ ଏକ ବଜାରରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।

    ପାକିସ୍ତାନୀ ମିଡିଆ ମୁତାବକ, ଖୈବର ପଖତୁନଖ୍ୱାର ଲକ୍କି ମାରୱତ ଜିଲ୍ଲାରେ ଏକ ବଜାରରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ ପୋଲିସ ଅଧିକାରୀ ଏବଂ ଜଣେ ମହିଳା ଅଛନ୍ତି । ଘଟଣାରେ ୨୪ରୁ ଅଧିକ ଆହତ ହୋଇଛନ୍ତି । ଏକ ରିକ୍ସାରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଘଯଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ମୃତକ ଏବଂ ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲା ।

    ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ ହୋଇନାହାନ୍ତି, କିନ୍ତୁ ସନ୍ଦେହ ହେଉଛି ଯେ, ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହାତ ରହିଛି ।

    ସୂଚନାଯୋଗ୍ୟ, ମଇ ୯ରେ ବାନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ବନ୍ଧୁକ ଆକ୍ରମଣରେ ୧୫ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.5 ° C
    19.5 °
    19.5 °
    64 %
    1.2kmh
    100 %
    Wed
    19 °
    Thu
    18 °
    Fri
    19 °
    Sat
    24 °
    Sun
    27 °

    ସମ୍ବନ୍ଧିତ