Tuesday, May 12, 2026
31.4 C
Odisha

    ନିଜର ବ୍ୟକ୍ତିଗତ ଜ୍ୟୋତିଷଙ୍କୁ OSD ଦାୟିତ୍ବରେ ନିଯୁକ୍ତ କଲେ ବିଜୟ, ନିର୍ବାଚନରେ ବିଜୟଙ୍କ ପାଇଁ କରିଥିଲେ ଭବିଷ୍ୟବାଣୀ

    ଆଗକୁ ପଢନ୍ତୁ

    ତାମିଲନାଡୁ : ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜର ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ତାମିଲନାଡୁ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି ବିଜୟ । ବିଜୟ ରାଧନ ପଣ୍ଡିତଙ୍କୁ ଓଏସଡି ପଦବୀରେ ନିଯୁକ୍ତି ଦେଇଛନ୍ତି । ରାଧନ ପଣ୍ଡିଜ ବିଜୟଙ୍କ ନିର୍ବାଚନ ବିଜୟ ପାଇଁ ଭବିଷ୍ୟବାଣୀ କରିଥିଲେ ।

    ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ବିପୁଳ ବିଜୟ ପରେ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ବା Officer on Special Duty (OSD) ଭାବରେ ନିଯୁକ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇଛି ।

    ବିଜୟଙ୍କ ରାଜନୈତିକ ସଫଳତା ପଛରେ ଭେଟ୍ରିଭେଲଙ୍କ ଗଣନା ଏବଂ ମାର୍ଗଦର୍ଶନର ବଡ଼ ହାତ ରହିଥିବା କୁହାଯାଉଛି । ବିଜୟ ନିଜର ଶପଥ ଗ୍ରହଣ ସମୟ ପାଇଁ ପୂର୍ବରୁ ମେ’ ୧୦ ତାରିଖ ଅପରାହ୍ନ ୩ଟା ୪୫ ମିନିଟ୍ ସମୟ ସ୍ଥିର କରିଥିଲେ । କିନ୍ତୁ ଭେଟ୍ରିଭେଲଙ୍କ ପରାମର୍ଶ କ୍ରମେ ‘ଶୁଭ ମୁହୂର୍ତ୍ତ’କୁ ଧ୍ୟାନରେ ରଖି ଏହାକୁ ସକାଳ ୧୦ଟାକୁ ଘୁଞ୍ଚାଇ ଦିଆଯାଇଥିଲା ।

    ଭେଟ୍ରିଭେଲ ନିର୍ବାଚନ ପୂର୍ବରୁ ହିଁ ବିଜୟଙ୍କ କୁଣ୍ଡଳୀ ଦେଖି ଭବିଷ୍ୟବାଣୀ କରିଥିଲେ ବିଜୟ ହେବ । TVK ନିର୍ବାଚନରେ ୨୩୪ଟି ଆସନରୁ ୧୦୮ଟି ଆସନ ଜିତିବାରେ ସଫଳ ହୋଇଛି । ଦଳ ବହୁମତ ନ ପାଇ କଂଗ୍ରେସ ଏବଂ VCK ଭଳି ଦଳର ସମର୍ଥନରେ ବିଜୟ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି ।

    ରାଧନ ପଣ୍ଡିତ କେବଳ ବିଜୟ ନୁହଁନ୍ତି, ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ମଧ୍ୟ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଥିଲେ । ରାଧନଙ୍କ ପରାମର୍ଶକ୍ରମେ ନିଜ ନାମର ସ୍ପେଲିଂ ପରିବର୍ତ୍ତନ କରିଥିଲେ ଜୟଲଳିତା । ଦିଲ୍ଲୀରେ ରହିବା ସମୟରେ ବିଜେପି, କଂଗ୍ରେସ, ଡିଏମକେ ଏବଂ ଏଆଇଏଡିଏମକେ ଭଳି ବଡ଼ ବଡ଼ ଦଳର ନେତାମାନେ ମଧ୍ୟ ତାଙ୍କ ପାଖକୁ ପରାମର୍ଶ ପାଇଁ ଆସୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.4 ° C
    31.4 °
    31.4 °
    46 %
    5.1kmh
    27 %
    Tue
    32 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ