Friday, April 3, 2026
39 C
Odisha

    ପାକିସ୍ତାନ ଦ୍ବାରା ଭାରତ ଉପରେ ନିଜ ଅସ୍ତ୍ରର ପରୀକ୍ଷଣ କରିଥିଲା ଚୀନ୍: ଭାରତୀୟ ସେନାର ଉପ-ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରର ସଫଳତା ସମସଙ୍କୁ ଜଣା। କିଛି ମାସ ତଳେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ, ଆଉ ଆରମ୍ଭ ହୋଇଯାଇଥିଲା ଯୁଦ୍ଧ। ବାରମ୍ବାର ଯୁଦ୍ଧ ବିରତି ପାଇଁ ନିବେଦନ କରିବା ପରେ ପାକିସ୍ତାନ ପ୍ରଥମେ ଆକ୍ରମଣ କରୁଥିଲା। ପକିସ୍ତାନର ଅନେକ ଡ୍ରୋନକୁ ଭାରତ ଖସାଇଥିଲେ ବି ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନଥିଲା ପାକିସ୍ତାନ। ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇ ବି ପାକିସ୍ତାନ କିଭଳି ଯୁଦ୍ଧ ଜାରି ରଖିଛି, ତାହା ଅନେକଙ୍କ ମନରେ ବଡ଼ ପ୍ରଶ୍ନ ଥିବା ବେଳେ ଏବେ ସେନାର ଉପ-ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହ ଭାରତର ଅନ୍ୟ ୨ ଶତ୍ରୁଙ୍କ ମୁଖା ଖୋଲିଛନ୍ତି। ପାକିସ୍ତାନ ସାମ୍ନାରୁ ଆକ୍ରମଣ କରୁଥିଲେ ବି ପଛରେ ରହି ତାକୁ ଚୀନ୍ ଓ ତୁର୍କୀ ସମର୍ଥନ କରୁଥିଲେ ବୋଲି ସେ କହିଛନ୍ତି। ଏଫଆଇସିସିଇର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, “ଯୁଦ୍ଧ ଗୋଟିଏ ସୀମାରେ ହେଉଥିଲା କିନ୍ତୁ ଶତ୍ରୁ ତିନିଜଣ ଥିଲେ। ପାକିସ୍ତାନ ଆଗରେ ଥିଲା କିନ୍ତୁ ଚୀନ୍ ତାକୁ ସବୁ ପ୍ରକାରେ ସାହାଯ୍ୟ କରୁଥିଲା। ଏହା ଆଶ୍ଚର୍ଯ୍ୟଜନକ ନୁହେଁ। ଗତ ପାଞ୍ଚ ବର୍ଷ ମଧ୍ୟରେ ପାକିସ୍ତାନ ବ୍ୟବହାର କରୁଥିବା ୮୧ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ର। ଚୀନ୍ ଅନ୍ୟ ଅସ୍ତ୍ର ସହିତ ତା’ର ଅସ୍ତ୍ର ପରୀକ୍ଷା କରୁଥିଲା। ପାକିସ୍ତାନ ଦ୍ବାରା ଭାରତ ଉପରେ ଆକ୍ରମଣ କରି ଚୀନ୍ ତା’ର ଅସ୍ତ୍ର ପରୀକ୍ଷା କରୁଥିଲା। ଚୀନ୍ ପରେ ପାକିସ୍ତାନକୁ ସମର୍ଥନ କରିବାରେ ତୁର୍କୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଯୁଦ୍ଧ ସମୟରେ ଆମର କିଛି ସ୍ବଦେଶୀ ଅସ୍ତ୍ର ଭଲ କାମ କରିଥିଲା, କିନ୍ତୁ କିଛି ଅସ୍ତ୍ର କାମ କରିନଥିଲା। ସେଥିପାଇଁ ଆମକୁ ଏସବୁ କ୍ଷେତ୍ରରେ ଆହୁରି ମଜବୁତ୍ ହେବାକୁ ପଡ଼ିବ।”

    ସେ ଆହୁରି କହିଛନ୍ତି ଯେ, “ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ, ଚୀନ୍ ଠାରୁ ଲାଇଭ୍ ଇନପୁଟ୍ ପାଉଥିଲା। ଆମକୁ ଏଦିଗ ପ୍ରତି ଶୀଘ୍ର କାମ କରିବାକୁ ପଡିବ। ଆମକୁ ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ହେବ। ଆମକୁ ଭବିଷ୍ୟତ ପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡିବ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ