Saturday, October 3, 2026
23.6 C
Odisha

    ପାକିସ୍ତାନ ସହ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିଛି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ ରବିବାର ଡିଜିଏମଓ ସ୍ତରୀୟ ଆଲୋଚନା ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ରବିବାର ଏହି ଆଲୋଚନା ହେବାର ଦିନ ଧାର୍ଯ୍ୟ ହୋଇନାହିଁ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟକାଳ ଯାଏ ଜାରି ରହିଛି। କୌଣସି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କୁହାଯାଇଛି। କିଛି ଗଣମାଧ୍ୟମ ରିପୋର୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଅସ୍ତ୍ରବିରତି ଶେଷ ହେଉଛି ବୋଲି ଖବର ପ୍ରକାଶିତ ହୋଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି। ଭାରତୀୟ ସେନା ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଅସ୍ତ୍ରବିରତି ଶେଷ ହେବାର ଖବର ସମ୍ପୂର୍ଣ୍ଣ ରୂପେ ଭୁଲ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ