Sunday, October 18, 2026
24.8 C
Odisha

    ନୟାଗଡରୁ ବୌଦ୍ଧକୁ ଗଡିବ ରେଳ, ୩୦୦ ଶଯ୍ୟା ବିଶିଷ୍ଟ ହେବ ଡାକ୍ତରଖାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ନିଜର ମତ ପ୍ରକାଶ କରିଛନ୍ତି। ସମୀକ୍ଷାରୁ ଜଣାଯାଇଛି ଯେ ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍‍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ ଦିଆଯାଇଛି । ଖୁବ୍‍ ଶୀଘ୍ର ବୌଦ୍ଧରେ ଏକ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବୌଦ୍ଧର ନୂଆ ବସ୍‍ଷ୍ଟାଣ୍ଡ ଏବଂ ବୌଦ୍ଧ ରେଳଷ୍ଟେସନ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇଛି। ଖୁବ୍ ଶୀଘ୍ର ଏହି ସବୁ ପ୍ରକଳ୍ପ ଗୁଡ଼ିକ ଉଦ୍‍ଘାଟନ ହେବା ପାଇଁ ଯାଉଛି ବୋଲି ବୈଠକର ଆଲୋଚନାରୁ ଜଣାଯାଇଛି ।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୌଦ୍ଧ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା ରାସ୍ତା ଓ ପୋଲ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହା ସହିତ ଜନଶୁଣାଣୀ, ଭତ୍ତା ବଣ୍ଟନ , ବରିଷ୍ଠ ଅଧିକାରୀ ଓ ମାନ୍ୟବର ମନ୍ତ୍ରୀ ଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦିରେ ଉଲ୍ଲେଖନିୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି। ଉକ୍ତ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଆରକ୍ଷୀ ମହା ନିରୀକ୍ଷକ ନୀତି ଶେଖର, ଜିଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ