Monday, November 24, 2025
18.3 C
Odisha

    ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ୍ ଜବନ୍, ଜଣେ ଗିରଫ

    ଆଗକୁ ପଢନ୍ତୁ

    କଟକ : ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ୍ ଜବନ୍ ।  କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ୍ ଛକ ରୋଡ ବମ୍ବେ ହୋଟେଲ ନିକଟରୁ ଜବତ୍ କରିଛି ଜିଲ୍ଲା ଅବକାରୀ ସ୍ଵାଡ୍। ଜବତ୍ ହେରୋଇନ୍ ହେଉଛି ୪୩ ଗ୍ରାମ ।  ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।  ଏକ ବାଇକ୍ ମଧ୍ୟ ଜବତ୍ ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ଯୋବ୍ରା ଟିଣପିଟା ସାହିର ଶେଖ୍ କଲିମ୍ ।  ଆଜି ସକାଳ ସମୟରେ ରେଡ କରିଥିଲା ଅବକାରୀ ବିଭାଗ । ଏହି ବେପାର କେମିତି ଚାଲିଛି ଓ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    18.3 ° C
    18.3 °
    18.3 °
    66 %
    1.4kmh
    39 %
    Mon
    18 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ