Saturday, October 10, 2026
29.2 C
Odisha

    ପାଟଣା ତହସିଲରେ ଭିଜିଲାନ୍ସ ଚଢ଼ାଉ;୬ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

    ଆଗକୁ ପଢନ୍ତୁ

    ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମ୍ୟୁଟେସନ୍‌ (ନାମଜାରି) କିମ୍ବା ପାର୍ଟିସନ୍‌ ସୁଟ୍‌ କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଟଣା ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍‌. ଉମାଶଙ୍କରଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

    ସୂଚନା ଅନୁଯାୟୀ,ଖିରେଇଟାଙ୍ଗରୀ ପଞ୍ଚାୟତ ଡଳଙ୍ଗ ଗ୍ରାମର କୁଶଳେଶ୍ୱର ମହାନ୍ତଙ୍କ ଏକ ମ୍ୟୁଟେସନ୍‌/ପାର୍ଟିସନ୍‌ ସୁଟ୍‌ କରାଇଦେବା ପାଇଁ କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍‌. ଉମାଶଙ୍କର ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ୬ ହଜାର ଟଙ୍କାରେ କଥା ଛିଡ଼ିଥିଲା। ଏ ସମ୍ପର୍କରେ ଅଭିଯୋଗକାରୀ ଗତକାଲି ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।ଯୋଜନା ଅନୁଯାୟୀ ଶୁକ୍ରବାର କୁଶଳେଶ୍ୱର ମହାନ୍ତଙ୍କଠାରୁ ତହସିଲ କାର୍ଯ୍ୟାଳୟରେ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଉମାଶଙ୍କରଙ୍କୁ ଧରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

    ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ଚିତ୍ରଗୁପ୍ତ ଚାମ୍ପିଆ, କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ କର୍ମଚାରୀମାନେ ସାମିଲ ଥିଲେ।ଘଟଣା ପରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ସମ୍ପର୍କିତ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଏ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୧୭/୨୦୨୬, ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ (୨୦୧୮ ସଂଶୋଧନ) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।ଏଥିସହ ସମ୍ପୃକ୍ତ କନିଷ୍ଠ ରାଜସ୍ୱ ସହାୟକଙ୍କ ଘର ସମେତ ଅନ୍ୟ ଏକ ସ୍ଥାନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ