Saturday, October 10, 2026
30.1 C
Odisha

    ଆସନ୍ତୁ ଜାଣିବା ଫ୍ରିଜ୍‌ରେ କେଉଁ ଫଳ କେତେ ଦିନ ସୁରକ୍ଷିତ

    ଆଗକୁ ପଢନ୍ତୁ

    ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ଅଧିକାଂଶ ଲୋକ ଘରେ ଫଳ କିଣି ରଖନ୍ତି। ଅନେକ ପରିବାର ଫଳକୁ ଫ୍ରିଜ୍‌ରେ ସଂରକ୍ଷଣ କରନ୍ତି। ଏହାଦ୍ୱାରା ଫଳ ଅଧିକ ସମୟ ସତେଜ ରହେ। ତେବେ ଫଳକୁ ଫ୍ରିଜରେ ରଖିଲେ ଏହାର ଭିଟାମିନ୍ ଓ ଖଣିଜ ପଦାର୍ଥ କମିଯାଏ କି? ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି। ତେବେ ସାଧାରଣତଃ ଫ୍ରିଜ୍‌ରେ ରଖିବା ଦ୍ୱାରା ଫଳର ପୋଷକତତ୍ତ୍ୱ ନଷ୍ଟ ହୁଏ ନାହିଁ। ବରଂ, ଠିକ୍ ତାପମାତ୍ରାରେ ରଖିଲେ ଫଳ ଅଧିକ ସମୟ ଭଲ ରହିପାରେ। ଏହା ପୋଷକତତ୍ତ୍ୱ ସଂରକ୍ଷଣରେ ମଧ୍ୟ ସହାୟକ ହୋଇପାରେ।

    କେମିତି କମିଥାଏ ପୋଷକତତ୍ତ୍ୱ?
    ଫଳରେ ଥିବା କିଛି ଭିଟାମିନ ଅଧିକ ସମ୍ବେଦନଶୀଳ। ବିଶେଷକରି ଭିଟାମିନ୍ C ଓ କିଛି B ଭିଟାମିନ୍ ବାୟୁ, ଆଲୋକ ଓ ଉତ୍ତାପର ପ୍ରଭାବରେ ଧୀରେ ଧୀରେ କମିପାରେ। ଫଳ କାଟିବା ପରେ ଏହା ବାୟୁର ସଂସ୍ପର୍ଶରେ ଆସେ। ଏହାଦ୍ୱାରା ଅକ୍ସିଡେସନ୍ ପ୍ରକ୍ରିୟା ଆରମ୍ଭ ହୁଏ। ସେଥିପାଇଁ କଟା ସେଓ କିମ୍ବା କଦଳୀ କିଛି ସମୟ ପରେ ବାଦାମୀ ହୋଇଯାଏ। ଏହି ସମୟରେ କିଛି ପୋଷକତତ୍ତ୍ୱ ମଧ୍ୟ କମିପାରେ। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ଫଳକୁ ଠିକ୍ ଭାବେ ଫ୍ରିଜ୍‌ରେ ରଖିଲେ ନଷ୍ଟ ହେବା ପ୍ରକ୍ରିୟା ଧୀର ହୁଏ। ଫଳ ଅଧିକ ସମୟ ସତେଜ ରହିପାରେ।

    କେଉଁ ଫଳକୁ କେଉଁଠି ରଖିବେ?

    ସବୁ ଫଳକୁ ଫ୍ରିଜ୍‌ରେ ରଖିବା ଆବଶ୍ୟକ ନୁହେଁ। କିଛି ଫଳକୁ ଫ୍ରିଜ୍‌ରେ ରଖିଲେ ଭଲ ରହେ। ସେଓ, କମଳା ଓ ଗୁଆ ଭଳି ଫଳକୁ ଫ୍ରିଜ୍‌ରେ ରଖାଯାଇପାରେ। ଏଗୁଡ଼ିକୁ ପ୍ରାୟ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ। ଅଙ୍ଗୁର, ନାସପାତି ଓ ପିଚ୍‌ ଭଳି ଫଳକୁ ଫ୍ରିଜ୍‌ରେ ରଖିଲେ କିଛି ଦିନ ମଧ୍ୟରେ ଖାଇବା ଭଲ।କଦଳୀ ଓ ଆମ୍ବକୁ ଅଧିକ ଥଣ୍ଡାରେ ରଖିବା ଠିକ୍ ନୁହେଁ। ଏଗୁଡ଼ିକୁ ସାଧାରଣ କୋଠରୀ ତାପମାତ୍ରାରେ ରଖିବା ଭଲ। କଟା ଫଳ ଅଧିକ ସମୟ ରଖିବା ଠିକ୍ ନୁହେଁ। ତରଭୁଜ, ଖରବୁଜ ଓ ଅମୃତଭଣ୍ଡା ଭଳି ଫଳ କାଟିବା ପରେ ଶୀଘ୍ର ଖାଇବା ଭଲ। କଟା ଫଳକୁ ଫ୍ରିଜ୍‌ରେ ରଖିଲେ ମଧ୍ୟ ଦୀର୍ଘ ସମୟ ରଖନ୍ତୁ ନାହିଁ। ଯଦି ରଖୁଛନ୍ତି ତେବେ ସଫା ଓ ଢାଙ୍କୁଣିଥିବା ପାତ୍ରରେ ରଖନ୍ତୁ।

    ଫଳକୁ ଠିକ୍ ଭାବେ ସଂରକ୍ଷଣ କଲେ ଏହାର ସତେଜତା ଓ ପୋଷକତତ୍ତ୍ୱ ଅଧିକ ସମୟ ରହିପାରେ। ତେଣୁ ଫ୍ରିଜ୍‌ରେ ଫଳ ରଖିବା ନେଇ ଭୟ କରିବାର ଆବଶ୍ୟକତା ନାହିଁ। କେଉଁ ଫଳକୁ କେତେ ତାପମାତ୍ରାରେ ଏବଂ କେତେ ସମୟ ରଖିବା ଉଚିତ, ତାହା ଜାଣିବା ହିଁ ଗୁରୁତ୍ୱପୂର୍ଣ୍ଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ