Wednesday, October 7, 2026
30.3 C
Odisha

    ପାନ ଖଣ୍ଡେ ନଦେବାରୁ, ଛୁରି ଭୁସି ଯୁବକଙ୍କୁ ହତ୍ୟା

    ଆଗକୁ ପଢନ୍ତୁ

    ସମାନ୍ୟ ପାନ ଖଣ୍ଡେ ପାଇଁ ବିଭତ୍ସ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ବଳରାମପୁର ଅଞ୍ଚଳରେ ଘଟିଯାଇଛି। ମୃତକ ଜଣଙ୍କ ଅଭିଯୁକ୍ତକୁ ପାନ ଖଣ୍ଡେ ନଦେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ସଦର ଥାନା ଅଧିନ ଓସ୍ତପୁର ପଂଚାୟତ ସାରଙ୍ଗ ଗ୍ରାମର ଅକ୍ଷୟ କୁମାର ଖଟୁଆ (୩୫) ଏସି ମେକାନିକ ଭାବେ କାମ ସାରି ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ପାନ ଦୋକାନରେ ପାନ ଭାଙ୍ଗୁଥିଲେ । ଏହି ସମୟରେ କଂସାର ପଂଚାୟତର ଚଣ୍ଡିଆ ପଲେଇ ଗ୍ରାମରେ ଆଦିକନ୍ଦ ବେହେରାଙ୍କ ପୁଅ ଆଦିତ୍ୟ ପ୍ରସାଦ ବେହେରା ସେହି ଦୋକାନରେ ପହଞ୍ଚି ଅକ୍ଷୟକୁ ପାନ ଖଣ୍ଡେ ମାଗିଥିଲେ। ହେଲେ ଅକ୍ଷୟ ଚିହ୍ନି ନଥିବା କହିବା ସହ କାହିଁକି ପାନ ଦେବେ ବୋଲି କହିଥିଲେ। ଏଥିରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲେ । ହଠାତ୍ ଅଭିଯୁକ୍ତ ଛୁରୀ ବାହାର କରି ଅକ୍ଷୟଙ୍କୁ ପଛପଟୁ ମାଡ଼ି ବସି ତାଙ୍କ ଛାତିରେ ୧୬ ଥର ଭୁସିବାକୁ ଲାଗିଥିଲା । ଅତର୍କିତ ଆକ୍ରମଣରେ ଅକ୍ଷୟ ତଳେ ପଡି ଛଟପଟ ହେଉଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସ୍ଥଳରେ ପହଁଚି ପୁଲିସକୁ ଖବର ଦେଇଥିଲେ । ସଂକଟାପନ୍ନ ଅବସ୍ଥାରେ ଅକ୍ଷୟକୁ ମୁଖ୍ୟ ଚିକିତ୍ସାଳୟକୁ ନେଲା ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଡ଼ାକ୍ତର ସୂଚନା ଦେଇଛନ୍ତି । ବିଚ୍ ରାସ୍ତାରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଟାଉନ ଥାନା ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ସାଙ୍ଗରେ ନେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅଭିଯୁକ୍ତକୁ ଅଟକ ରଖି ପୁଲିସ ହତ୍ୟାକାଣ୍ଡର ପ୍ରକୃତ କାରଣକୁ ନେଇ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ