Thursday, May 2, 2024
31.2 C
Odisha

    ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ : ନାଉରୀ ନାଏକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ । କିନ୍ତୁ ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଏ ସବୁ ଚିତ୍ର ସେମାନଙ୍କୁ ଦେଖାଯାଉନାହିଁ ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାଏକ ବିଜେଡି ମୁଖପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ନାଏକ ଉଲ୍ଲେଖ କରିଛନ୍ତି ଯେ, ୨୫ ବର୍ଷର ରୂପାନ୍ତରଣ ସରକାରରେ ଆଜି ମଧ୍ୟ ନଗଡ଼ାରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି, ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳର ଉତ୍କଟ ସମସ୍ୟା ଆଜି ଗାଁ ଗାଁରେ ଲୋକମାନେ ଅନୁଭବ କରୁଛନ୍ତି । ରାସ୍ତା ନଥିବା କାରଣରୁ ରୋଗୀ ବିଶେଷ ଭାବେ ଗର୍ଭବତୀ ମହିଳାମାନେ ଖଟିଆରେ ବୁହାହେବାର ଦୃଶ୍ୟ କାହାକୁ ଅଛପା ନାହିଁ । ଏଥିପାଇଁ ଅନେକ ମୃତ୍ୟୁବରଣ କରୁଛନ୍ତି । ସ୍ୱଚ୍ଛ ପାନୀୟ ଜଳ ଅଭାବରୁ ଡାଇରିଆରେ ଆକ୍ରାନ୍ତ ହୋଇ ଲୋକମାନେ ମୃତ୍ୟୁବରଣ କରୁଛନ୍ତି ।
    ସମ୍ବଲପୁରବାସୀଙ୍କ ସ୍ୱାର୍ଥ ଓ ଯାତାୟତ ସୁବିଧା ପାଇଁ ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତାୟତ କରୁଛି । ‘ସମ୍ବଲପୁର ଶାଲିମାର୍ ମହିମା ଗୋସାଇଁ ଏକ୍ସପ୍ରେସ’ର ଶୁଭାରମ୍ଭ ସହ ଗୋରଖପୁର ହଟିଆ ମୌର‌୍ୟ୍ୟ ଏକ୍ସପ୍ରେସ ସମ୍ବଲପୁର ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ କାରଣରୁ ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସମ୍ବଲପୁର ସିଟି, ସମ୍ବଲପୁର, ହୀରାକୁଦ ଓ ରେଢାଖୋଲ ଷ୍ଟେସନର ସୌନ୍ଦର‌୍ୟ୍ୟକରଣ ଓ ନବୀକରଣ କରାଯାଉଛି । କିନ୍ତୁ ଦୂରଦୃଷ୍ଟି ଅଭାବ କାରଣରୁ ବିଜେଡି ମୁଖପାତ୍ର ଏସବୁ ଦେଖିବାରେ ଅକ୍ଷମ ହୋଇଛନ୍ତି। ଦୁଃଖର କଥା, ଓଡ଼ିଶାବାସୀଙ୍କ କଷ୍ଟ ତାଙ୍କୁ ଦେଖାଯାଉନାହିଁ । ମା’ ବିରଜା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ରେଙ୍ଗାଲି ବିଧାୟକ ଉଲ୍ଲେଖ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    36 %
    1.8kmh
    1 %
    Thu
    43 °
    Fri
    43 °
    Sat
    43 °
    Sun
    45 °
    Mon
    45 °

    ସମ୍ବନ୍ଧିତ