Friday, October 9, 2026
29 C
Odisha

    ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ବଡ଼ ଅଭ୍ୟାସ: ସମୁଦ୍ରରେ ଉଦ୍ଧାର କାର୍ଯ୍ୟର ପ୍ରଦର୍ଶନ

    ଆଗକୁ ପଢନ୍ତୁ

    ପାରାଦୀପ : ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ବଡ଼ ବଡ଼ ଧରଣର ସମୁଦ୍ର ଉଦ୍ଧାର ଅଭ୍ୟାସ । ଭାରତୀୟ ତଟରକ୍ଷୀ ବାହିନୀ ବା ଇଣ୍ଡିଆନ୍ କୋଷ୍ଟଗାର୍ଡ ପକ୍ଷରୁ ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ‘ସାରେକ୍ସ-୨୦୨୬’ ଆୟୋଜିତ ହୋଇଛି । ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ବୋର୍ଡ ବା NMSARB ତତ୍ତ୍ୱାବଧାନରେ ଅଭ୍ୟାସ ହୋଇଛି । ପ୍ରତି ଦୁଇବର୍ଷରେ ଥରେ ଜାତୀୟସ୍ତରୀୟ ଅଭ୍ୟାସ ଆୟୋଜନ କରାଯାଇଥାଏ ।

    ଚଳିତବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି, ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା। ସମୁଦ୍ରରେ ଜାହାଜ ଦୁର୍ଘଟଣା, ମତ୍ସ୍ୟଜୀବୀଙ୍କ ବୋଟ୍ ବିପଦରେ ପଡ଼ିବା କିମ୍ବା କୌଣସି ବ୍ୟକ୍ତି ନିଖୋଜ ହେବା ଭଳି ପରିସ୍ଥିତିରେ କିପରି ଶୀଘ୍ର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରାଯାଇପାରିବ, ତାହା ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ।

    ବିଶେଷକରି ଜରୁରୀ ପରିସ୍ଥିତିରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା, ସମୁଦ୍ରରେ ନିରୀକ୍ଷଣ ଓ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାର ପାରାଦୀପ ଉପକୂଳରେ ଏଭଳି ଜାତୀୟସ୍ତରୀୟ ଅଭ୍ୟାସ ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ବାତ୍ୟା, ସମୁଦ୍ରରେ ଦୁର୍ଘଟଣା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବା ଦିଗରେ ଅଭ୍ୟାସ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ