Friday, October 9, 2026
30.5 C
Odisha

    ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ । ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି ।

    କ୍ୟାପଟେନ୍ ସ୍ମିତ ମଚ୍ଛାର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ସାହସିକତା ପୁରସ୍କାର ପ୍ରଦାନ କରାଯିବ । ତାଙ୍କର ଅଦମ୍ୟ ସାହସ ଓ ଦକ୍ଷତା ଏକ ବଡ଼ ବିପଦକୁ ରୋକିବାରେ ସହାୟକ ହୋଇଥିବା ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି ।

    ସୂଚନା ଅନୁଯାୟୀ, ଫ୍ଲାଇଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ତାଙ୍କ ସହ-ପାଇଲଟ୍ ଓମାନର ନାଗରିକ ହମ୍ମାମ୍ ଅଲ୍-ହମାମି କକପିଟରେ ଆକ୍ରମଣ କରିଥିଲେ । ଏଥିରେ ସ୍ମିତ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ହେବା ସତ୍ତ୍ୱେ ମଧ୍ୟ ସ୍ମିତ ସାହସ ହରାଇ ନଥିଲେ । ସେ କକ୍ପିଟର ଦ୍ୱାର ଖୋଲିବାକୁ ସକ୍ଷମ ହୋଇଥିଲେ । ଏହାପରେ ବିମାନରେ ଥିବା ଇସ୍ରାଏଲୀ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ । ବର୍ତ୍ତମାନ ସ୍ମିତ ମଚ୍ଛାରଙ୍କ ଚିକିତ୍ସ. ୟୁଏଇରେ ଏକ ଡାକ୍ତରଖାନାରେ ଚାଲିଛି ।

    ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ସହ-ପାଇଲଟ୍ ହମ୍ମାମ୍ ଅଲ୍-ହମାମି ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇ ତେଲ୍ ଆଭିଭ୍କୁ ନେବା ଏକ କୋଠା ସହ ବିମାନକୁ ଧକ୍କା କରାଇବାର ଯୋଜନା କରିଥିବା ଅଭିଯୋଗ ହୋଇଛି । ତେବେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରରଙ୍କ ସାହସିକ ପଦକ୍ଷେପ ଯୋଗୁଁ ତାଙ୍କ ଯୋଜନା ସଫଳ ହୋଇପାରି ନଥିଲା ।

    ବିମାନ ଭିତରେ ଆକ୍ରମଣକାରୀଙ୍କୁ କାବୁ କରିବା ଏବଂ ସମ୍ଭାବ୍ୟ ଅଘଟଣକୁ ରୋକିବାରେ ସହାୟତା କରିଥିବା ୫ ଜଣ ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇଥିବାରୁ ରାଷ୍ଟ୍ରପତି ସେମାନଙ୍କ ସାହସର ପ୍ରଶଂସା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ