Saturday, October 3, 2026
23.6 C
Odisha

    ପାରା ଦୌଡ଼କୁଦ: ଦିଲୀପଙ୍କୁ ସ୍ବର୍ଣ୍ଣ, ବାସିଲଙ୍କୁ ରୌପ୍ୟ

    ଆଗକୁ ପଢନ୍ତୁ

    ଗ୍ଲାସ୍‌ଗୋ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାରା କ୍ରୀଡ଼ାରୁ ୨ୟ ଏବଂ ମୋଟଉପରେ ୩ୟ ସ୍ବର୍ଣ୍ଣପଦକ ଜିତିପାରିଛି। ବୁଧବାର ରାତିରେ ଅନୁଷ୍ଠିତ ପାରା ପୁରୁଷ ଟି୪୭ ବର୍ଗର ୧୦୦ ମିଟର ଦୌଡ଼ରେ ଭାରତ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିପାରିଛି। ଭାରତର ଦିଲୀପ ମହାଦୁ ଗାବିତ ସ୍ବର୍ଣ୍ଣ ଓ ଅନ୍ୟ ଭାରତୀୟ ମହମ୍ମଦ ଗାବିତ ରୌପ୍ୟ ପଦକ ଜିତିଛନ୍ତି। ଏହି ରେସ୍‌ରେ ଦିଲୀପ ଗାବିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ଭାଙ୍ଗି ନୂତନ ରେକର୍ଡ ପ୍ରତିଷ୍ଠା କରିଥିଲେ। ଦିଲୀପ ୧୦.୭୧ ସେକେଣ୍ଡ ସମୟରେ ଫିନିସ୍‌ ଲାଇନ୍‌ ପାରକରିବା ସହ ପ୍ରଥମ ହୋଇ ସ୍ବର୍ଣ୍ଣପଦକ ଜିତିଲେ। ମହମ୍ମଦ ବାସିଲ ଚଳିତବର୍ଷ ତାଙ୍କ ଶ୍ରେଷ୍ଠ ଟାଇମିଂ ହାସଲକରି ୧୦.୮୩ ସେକେଣ୍ଡ ସମୟରେ ରେସ୍‌ ସମାପ୍ତକରି ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ୧୦.୮୫ ସେକେଣ୍ଡ ସମୟ ନେଇ ଇଂଲଣ୍ଡର କେଭିନ୍ ସାଣ୍ଟସ୍‌ କାଂସ୍ୟ ପଦକ ଜିତିଛନ୍ତି। ମୀରାବାଈ ଚାନୁ ଓ ଶର୍ମିଳାଙ୍କ ପରେ ଚଳିତ କ୍ରୀଡ଼ାରେ ଦିଲୀପ ଦେଶକୁ ୩ୟ ସ୍ବର୍ଣ୍ଣପଦକ ଜିତାଇଛନ୍ତି। ମହାରାଷ୍ଟ୍ରର ନାସିକ୍‌ ଜିଲାର ଏକ କୃଷକ ପରିବାରେ ଦିଲୀପ ଗାବିତ୍‌ଙ୍କ ଜନ୍ମ। ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ଗଛରୁ ପଡ଼ି ଯାଇ ହାତରେ ଗୁରୁତର ଆଘାତ ଲାଗିଥିଲା। ଚିକିତ୍ସା ବିଳମ୍ବ ହେବାରୁ ଡାକ୍ତର ତାଙ୍କ କହୁଣୀ ତଳକୁ ହାତକୁ କାଟିବାକୁ ବାଧ୍ୟ ହୋଇଥିଲେ। ଏହାସତ୍ତ୍ବେ ଦିଲୀପ ଦୌଡ଼ିବାରୁ ବିରତ ହୋଇନଥିଲେ। ଦିଲୀପ ଗାବିତ ପୁରୁଷ ୪୦୦ ମିଟର ଟି୪୭ ମିଟର ଦୌଡ଼ରେ ୨୦୨୨ ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଥିଲେ। ପୁଣି ସେ ୨୦୨୪ ପ୍ୟାରିସ୍‌ ପାରାଲିମ୍ପିକ୍‌ସରେ ପୁରୁଷ ୪୦୦ ମିଟର ଟି୪୭ ମିଟର ଦୌଡ଼ ଫାଇନାଲରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ