Thursday, March 12, 2026
36.4 C
Odisha

    ପିଚୁ ଭର୍ତ୍ତି ଟ୍ୟାଙ୍କରକୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର ଗୁରୁତର ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କୁହୁଡ଼ି ହେଲା କାଳ । ପିଚୁ ଭର୍ତ୍ତି ଟ୍ୟାଙ୍କରକୁ ଧକ୍କା ଦେଲା କଣ୍ଟେନର । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ । ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ ତମାଣ୍ଡ ଗୋହିରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଡ୍ରାଇଭରଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଭୋର ସମୟରେ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ରାସ୍ତା ସାରା ପିଚୁ ବିଛାଡ଼ି ହୋଇପଡ଼ିଛି । ଫଳରେ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଓ କଣ୍ଟେନରକୁ ଜବତ କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ