Friday, April 3, 2026
26.5 C
Odisha

    ପିତୃପକ୍ଷର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ, ଜାଣନ୍ତୁ କେବେ ଏବଂ କେଉଁ ମୂହୁର୍ତ୍ତରେ ଦେବେ ପ୍ରତିପଦା ଶ୍ରାଦ୍ଧ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ପିତୃପକ୍ଷ ସମୟକୁ ପୂର୍ବପୁରୁଷଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।  ଏହି ସମୟରେ ଲୋକମାନେ ପୂର୍ବପୁରୁଷଙ୍କ ଆଶୀର୍ବାଦ ବଜାୟ ରଖିବା ପାଇଁ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡଦାନ ଇତ୍ୟାଦି କରନ୍ତି। ଯଦି ଦେଖିବା ପିତୃପକ୍ଷ ୨୦୨୫ ସେପ୍ଟେମ୍ୱର ୭ ତାରିଖ ଅର୍ଥାତ୍ ରବିବାରଠାରୁ ଆରମ୍ଭ ହୋଇଛି।  ଯାହା ସେପ୍ଟେମ୍ୱର ୨୧ ତାରିଖରେ ଶେଷ ହେବ।  ପିତୃପକ୍ଷର ପ୍ରଥମ ଶ୍ରାଦ୍ଧକୁ ପ୍ରତିପଦ ଶ୍ରାଦ୍ଧ କୁହାଯାଏ।

    ଧାର୍ମିକ ବିଶ୍ୱାସ ଅନୁସାରେ, ପ୍ରତିପଦ ତିଥିରେ ଶ୍ରାଦ୍ଧ କର୍ମ କରୁଥିବା ବ୍ୟକ୍ତି ରାଜକୀୟ ସୁଖ ପାଆନ୍ତି ଏବଂ ଜୀବନର ସବୁ ସୁଖ ଭୋଗ କରନ୍ତି। ଯଦି ଆପଣ ମଧ୍ୟ ୧୫ ଦିନ ଧରି ପିତୃପକ୍ଷରେ ଆପଣଙ୍କ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଯାଉଛନ୍ତି, ତେବେ ଜାଣନ୍ତୁ ପ୍ରତିପଦ ଶ୍ରାଦ୍ଧ କେଉଁ ଶୁଭ ସମୟରେ କରିବେ ଏବଂ ଏହା କିପରି କରିବେ।

    ଧାର୍ମିକ ବିଶ୍ୱାସ    ଅନୁସାରେ, ପିତୃପକ୍ଷରେ ବିଭିନ୍ନ ତିଥିରେ ବିଭିନ୍ନ ପୂର୍ବପୁରୁଷଙ୍କ ଶ୍ରାଦ୍ଧ କରାଯାଏ। ଏହି ସମୟରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବାର ଶୁଭ ସମୟ ହେଉଛି କୁତୁପ ଏବଂ ରୌହିଣ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ପିତୃପକ୍ଷରେ ପ୍ରଥମ ଶ୍ରାଦ୍ଧ ପାଇଁ କେଉଁ ସମୟ ଶୁଭ ହେବ।

    ପ୍ରଥମ ଶ୍ରାଦ୍ଧ ଶୁଭ ମୂହୁର୍ତ୍ତ: –

    ପ୍ରତୀପଦା ଶ୍ରାଦ୍ଧ – ୮ ସେପ୍ଟେମ୍ବର ୨୦୨୫, ସୋମବାର
    କୁତୁପ ମୂହୁର୍ତ୍ତ – ସକାଳ ୧୧.୦୯ ରୁ ୧୧.୫୯ ପୂର୍ବାହ୍ନ (ସମୟ – ୫୦ ମିନିଟ୍)
    ରୌହିଣ ମୂହୁର୍ତ୍ତ – ୧୧.୫୯ ରୁ ୧୨.୫୯ ଅପରାହ୍ନ  (ସମୟ – ୫୦ ମିନିଟ୍)
    ଅପରାହ୍ନ କାଳ – ମଧ୍ୟାହ୍ନ ୧୨.୪୯ ରୁ ୩.୧୮ ଅପରାହ୍ନ  (ସମୟ – ୨ଘଣ୍ଟା ୨୯ ମିନିଟ୍)
    ପ୍ରତୀପଦା ତିଥି ଆରମ୍ଭ – ୭ ସେପ୍ଟେମ୍ବର ରାତି ୧୧:୩୮ ରେ
    ପ୍ରତୀପଦା ତିଥି ସମାପ୍ତ – ୮ ସେପ୍ଟେମ୍ବର ରାତି ୯.୧୧ ରେ

    ଘରେ ଶ୍ରାଦ୍ଧ କିପରି କରିବେ: ଘରେ ପଣ୍ଡିତ ବିନା ଶ୍ରାଦ୍ଧ କରିବା ପାଇଁ ପ୍ରଥମେ ସକାଳେ ସ୍ନାନ କରି ଘର ସଫା କରି ଗଙ୍ଗାଜଳ ସିଞ୍ଚନ କରନ୍ତୁ। ତା’ପରେ ଦକ୍ଷିଣ ଦିଗକୁ ମୁହଁ କରି ବସି ଏକ ତମ୍ବା ପାତ୍ରରେ ଗଙ୍ଗାଜଳ, କ୍ଷୀର, ଚାଉଳ, ରାଶି, ଗହମ, ଧଳା ଫୁଲ ଏବଂ ପାଣି ଭର୍ତ୍ତି କରନ୍ତୁ ଏବଂ କୁଶ ଘାସ ସହିତ ପୂର୍ବପୁରୁଷମାନଙ୍କୁ ସ୍ମରଣ କରି ଦକ୍ଷିଣ ଦିଗକୁ ଜଳ ଅର୍ପଣ କରନ୍ତୁ।

    ଆପଣ ପୂର୍ବପୁରୁଷଙ୍କ ନାମରେ ପିଣ୍ଡଦାନ ମଧ୍ୟ କରିପାରିବେ। ଯେଉଁଥିରେ ଗହମ, ଚାଉଳ, ରାଶି ଏବଂ କ୍ଷୀର ମିଶାଇ ଏକ ବଲ୍ ପରି ଗୋଲ୍ ଗୋଲ୍ କରନ୍ତୁ ପରେ ତାକୁ ଅର୍ପଣ କରନ୍ତୁ।

    ଏହି ସମୟରେ, “ଓମ୍ ପିତୃଭ୍ୟ: ନମଃ” ମନ୍ତ୍ର ଜପ କରନ୍ତୁ। ଏହା ପରେ ବ୍ରାହ୍ମଣଙ୍କୁ ଖାଦ୍ୟ ଦିଅନ୍ତୁ, ପଞ୍ଚବଲି (ଗାଈ, କାଉ, କୁକୁର, ପିମ୍ପୁଡ଼ି ଏବଂ ଓସ୍ତ ପତ୍ର ପାଇଁ) ବାହାର କରନ୍ତୁ ଏବଂ ଆପଣଙ୍କ ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ