Wednesday, October 7, 2026
31.4 C
Odisha

    ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ…

    ଆଗକୁ ପଢନ୍ତୁ

    ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେରଳରେ ମୋର ଉପସ୍ଥିତି ଚାହୁଁ ନାହାଁନ୍ତି। ସେ ମୋ ଉପରେ ବହୁତ ରାଗିଛନ୍ତି। ମୁଁ ତାଙ୍କ ଝିଇ ବୀଣା ବିଜୟନଙ୍କ ସମେତ ତାଙ୍କର ସମସ୍ତ ଜିନିଷ ଉପରେ ନଜର ରଖିଛି, ତେଣୁ ସେ ମୋ ବିରୁଦ୍ଧରେ ଅଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ନେତା ଇପି ଜୟରାଜନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ, ଯିଏ ମୋ ସହ ଭାଜପାରେ ଯୋଗଦେବା ବିଷୟରେ ଆଲୋଚନା କରିଥିଲେ। ବାର୍ତ୍ତାଳାପ ସମୟରେ ଶୋଭା ସୁରେନ୍ଦ୍ର ଗଣମାଧ୍ୟମର ଏକ ବିଭାଗ ଉପରେ ଖୁବ ବର୍ଷିଛନ୍ତି। ଏପରିକି ସେ କେତେକ ଅନୁଷ୍ଠାନର ନାମ ନେଇଥିଲେ ଏବଂ ୨୦୨୧ରେ କୋଡକରା ହାୱାଲା ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରକାଶ କରୁଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଭାଜପା ନେତାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଚଳିତ ସପ୍ତାହ ଆରମ୍ଭରେ ଏହି ବିଷୟ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ