Saturday, October 10, 2026
27.9 C
Odisha

    ପିଲାଙ୍କ ‘ଯାଦୁପେଡ଼ି’ ଦେଖିଲେ ମୁଖ୍ୟମନ୍ତ୍ରୀ: ଶିଶୁବାଟିକା, ପ୍ରଥମ ଓ ଦ୍ୱିତୀୟ ପିଲାଙ୍କୁ ଦିଆଯିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶିଶୁ ବାଟିକା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡ଼ିକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଖିଛନ୍ତି। ପିଲାଙ୍କ ପାଇଁ ଯାଦୁପେଡ଼ିର ଉପଯୋଗିତା ବିଷୟରେ ବୁଝିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ଯାଦୁପେଡ଼ି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପେଡ଼ି ଭିତରେ ଥିବା ସାମଗ୍ରୀ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗିତା ବିଷୟରେ ଯାଦୁପେଡ଼ିରେ ଥିବା ଖେଳନାରୁ ଶିଖିପାରିବେ।

    ଶିଶୁମାନଙ୍କୁ ଏହି ଯାଦୁପେଡ଼ିର ଖେଳନାଗୁଡ଼ିକ ଶିଖିବା ସହ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ। ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦  ଅନୁଯାୟୀ ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଯାଦୁପେଡ଼ିର ପରିକଳ୍ପନା କରାଯାଇଛି। ଯାହାକୁ ଏନ୍‌ସିଇଆରଟି ପ୍ରସ୍ତୁତ କରିଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଏହି କିଟ୍‌ ପ୍ରଦାନ କରାଯିବ। ପ୍ରତି କିଟ୍‌ ପିଛା ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ୪୫ହଜାର ସ୍କୁଲରେ ଏହାକୁ ବଣ୍ଟନ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ