Saturday, October 10, 2026
27.9 C
Odisha

    ଶ୍ରମିକ ଦିବସ ଭେଟି: ମଜୁରି ୧୦ଟଙ୍କା ବଢ଼ିଲା, ଏପ୍ରିଲ୍‌ ୧ରୁ ପିଛିଲା ଭାବେ ଲାଗୁ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୧୦ଟଙ୍କା ବୃଦ୍ଧି ପାଇଛି। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରି ଦେଇଛନ୍ତି। ମେ ୧ ଶ୍ରମିକ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଶ୍ରମିକମାନଙ୍କୁ ଏହି ଭେଟି ଦେଇଛନ୍ତି। ଏହି ବର୍ଦ୍ଧିତ ମଜୁରି ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କର ସର୍ବନିମ୍ନ ଦୈନିକ ମଜୁରି ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକଙ୍କର ୫୫୨ ଟଙ୍କାରୁ  ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକଙ୍କର ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ