Monday, September 28, 2026
27.5 C
Odisha

    ପିଲାଙ୍କ ଷ୍ଟଡି ରୁମରେ ରଖନ୍ତୁ ଏସବୁ ଜିନିଷ ବଢିବ ବୌଦ୍ଧିକ କ୍ଷମତା

    ଆଗକୁ ପଢନ୍ତୁ

    ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି! ପିଲା ଚିଡ଼ିଚିଡ଼ା ହେଉଛନ୍ତି! ଏହାର କାରଣ କଣ ହୋଇପାରେ? ମନରେ ଆସୁଥିବା ଅନେକ ସନ୍ଦେହ ମଧ୍ୟରେ ବାସ୍ତୁ ଦୋଷକୁ ଅଣଦେଖା କରିବା ଅନୁଚିତ। ବାସ୍ତୁ ଶାସ୍ତ୍ରରେ ପିଲାମାନଙ୍କ ଷ୍ଟଡି ରୁମକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଯଦି ଆପଣ ଏହି ପାଞ୍ଚଟି କଥା ଉପରେ ଧ୍ୟାନ ଦିଅନ୍ତି, ତାହାହେଲେ ଷ୍ଟଡି ରୁମରେ ବସି ପିଲାଙ୍କୁ ପାଠ ପଢିବାରେ କୌଣସି ଅସୁବିଧା ହେବନାହିଁ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁ ସବୁ ଜିନିଷ, ଯାହା ଷ୍ଟଡି ରୁମରେ ରହିବା ଅନିବାର‌୍ୟ୍ୟ।

    ଚାରି କୋଣିଆ ଷ୍ଟଡି ଟେବୁଲ

    ବାସ୍ତୁ ଶାସ୍ତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି; ଗୋଲ ଆକାର ମନକୁ ବିଚଳିତ କରିଥାଏ। ସ୍ଥିର ରହିବାକୁ ଦିଏ ନାହିଁ। ସେଥିପାଇଁ ଷ୍ଟଡି ରୁମରେ ଗୋଟିଏ ଚାରି କୋଣିଆ ଷ୍ଟଡି ଟେବୁଲ୍ ନିଶ୍ଚୟ ରଖିବା ଉଚିତ୍। ଚାରି କୋଣିଆ ଟେବୁଲରେ ପାଠ ପଢିଲେ ପିଲାର ମନ ଶାନ୍ତ ରହେ। ଶକ୍ତିର ସନ୍ତୁଳନ ବଜାୟ ରହେ।

    କ୍ୟାଲେଣ୍ଡର ରହିବା ଉଚିତ

    ପିଲାଙ୍କ ଷ୍ଟଡ଼ି ରୁମରେ ଗୋଟିଏ କ୍ୟାଲେଣ୍ଡର ନିଶ୍ଚୟ ରହିବା ଉଚିତ୍। ଏହା ଦ୍ୱାରା ପିଲାର ଟାଇମ୍ ମ୍ୟାନେଜମେଣ୍ଟ ବିଷୟରେ ଭଲ ଜ୍ଞାନ ଦେଇଥାଏ। ବାସ୍ତୁ ଅନୁସାରେ କ୍ୟାଲେଣ୍ଡରକୁ ସବୁବେଳେ ଉତ୍ତର, ପଶ୍ଚିମ କିମ୍ବା ପୂର୍ବ ଦିଗର କାନ୍ଥରେ ଟାଙ୍ଗିବା ଉଚିତ୍।

    ବ୍ରାହ୍ମୀ ଗଛ

     

    ପିଲାଙ୍କ ଷ୍ଟଡି ରୁମରେ ଗୋଟିଏ ବ୍ରାହ୍ମୀ ଗଛ ନିଶ୍ଚୟ ଲଗାଯାଇବା ଉଚିତ୍। ଏହି ଗଛ ପିଲାର ବୌଦ୍ଧିକ କ୍ଷମତାକୁ ବଢାଏ। ପାଠରେ ତା’ର ଫୋକସକୁ ବଢାଇଥାଏ। ଏହି ଗଛକୁ ସବୁବେଳେ ରୁମର ଝରକା ପାଖରେ ରଖିବା ଉଚିତ୍। ଯାହା ଦ୍ୱାରା ଏଥିରେ ଖରା ଓ ପବନ ବାଜିବ। ଏହି ଗଛ ପିଲାଙ୍କ ପାଇଁ ମାଇଣ୍ଡ ଟନିକ ଭଳି କାମ କରିଥାଏ। ଏହା ଉପରେ ବାରମ୍ବାର ନଜର ପଡ଼ିଲେ ପିଲାଙ୍କ ସ୍ମରଣ ଶକ୍ତି ଭଲ ହୁଏ।

     

    ସ୍ୱସ୍ତିକ ଚିହ୍ନ

    ପିଲାଙ୍କ ଷ୍ଟଡି ରୁମରେ ଗୋଟିଏ ସ୍ୱସ୍ତିକ ଚିହ୍ନ ମଧ୍ୟ ନିଶ୍ଚୟ ରହିବା ଉଚିତ୍। ଏହା ପିଲାଙ୍କ ଭିତରେ ପାଠକୁ ନେଇ ସକାରାତ୍ମକ ଭାବନା ଆଣିଥାଏ। ଷ୍ଟଡି ରୁମର ପରିବେଶ ସକାରାତ୍ମକ ରହେ। ତେଣୁ ସ୍ୱସ୍ତିକକୁ ପୂର୍ବ କିମ୍ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ।

    ଆମେଥିଷ୍ଟ ଷ୍ଟୋନ୍ ବ୍ୟବହାର

    ଆମେଥିଷ୍ଟ ଷ୍ଟୋନ୍ ବ୍ୟବହାର କରନ୍ତୁ। ବାସ୍ତୁ ଶାସ୍ତ୍ରରେ ଏହାକୁ ପାଠ ପଢୁଥିବା ପିଲାଙ୍କ ପାଇଁ ବହୁତ ଭଲ ବୋଲି ମନେ କରାଯାଏ। ଏହାର ଶକ୍ତି ପିଲାର ମନକୁ ଶାନ୍ତ ରଖେ। ତା’ର ଧ୍ୟାନ ପାଠରେ ଲଗାଇ ରଖିଥାଏ। ଏହି ପଥରକୁ ମୁଦି କିମ୍ବା ଚେନରେ ଲକେଟ୍ ସହିତ ଧାରଣ କରାଯାଇପାରିବ। କିନ୍ତୁ ଚାହିଁଲେ ଏହାକୁ କେବଳ ଷ୍ଟଡି ଟେବୁଲ୍ ଉପରେ ରଖି ପାରିବେ।

    ଅତଏବ, ଯଦି ଆପଣ ନିଜ ପିଲା ପାଇଁ ନୂଆ ଷ୍ଟଡି ରୁମ୍ ତିଆରି କରିବାର ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଉପରେ କୁହାଯାଇଥିବା କଥାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ