Friday, April 3, 2026
33.6 C
Odisha

    ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୫୩ ଓକିଲa

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଜଣଙ୍କ ପାଇଁ ଲଢିବେ ୫୩ ।  ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୫୩ ଓକିଲ। ବିକ୍ରମ ପଣ୍ଡାଙ୍କ ଲାଗି ୫୩ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଥିବା ସୂଚନା ମିଳିଛି । କେବଳ ସେତିକି ନୁହଁ, ମଳୟ ବିଷୋୟୀଙ୍କ ପାଇଁ ୪୪ ଜଣ ଏବଂ ମଦନ ଦଳାଇଙ୍କ ପାଇଁ ଓକିଲାତି କରିବେ ୪୩ ଜଣ ଓକିଲ  ।

    ବିକ୍ରମ ପଣ୍ଡା ପୂର୍ବତନ ବିଧାୟକ ସହ ଓକିଲ ରହିଥିବା ବେଳେ ମଦନ ଓ ମଳୟ ମଧ୍ୟ ଓକିଲ ଅଛନ୍ତି  l  ଗତ ୬ ତାରିଖ ଦିନ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥଲା  l  ପୋଲିସ ଘଟଣାର ତଦନ୍ତ କରି ୨୨ ତାରିଖରେ ବିକ୍ରମ, ମଳୟ, ମଦନ, ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ସହ ୧୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୨୩ ତାରିଖରେ ଆଉ ଜଣଙ୍କୁ ଗିରଫ କରି ପଠାଇଥିଲା   l

    ସେପଟେ ଶିବ ଶଙ୍କରଙ୍କ ବିରୋଧୀ ଗୋଷ୍ଠୀ ଜେଲରେ ରହିଥିବାରୁ ତାଙ୍କର ସୁରକ୍ଷା ପାଇଁ ତାଙ୍କୁ ଫୁଲବାଣୀ ଜେଲକୁ ପଠାଇ ଦେବା ପାଇଁ ଜେଲ ଅଧିକାରୀ କୋର୍ଟରେ ନିବେଦନ କରିଥିଲେ l  ତାଙ୍କୁ ୨୭ ରେ ନେବା ପାଇଁ ଅଡର ହୋଇଥିଲେ ବି କୌଣସି ନିକଟ ଜେଲକୁ ପଠାଇବା ପାଇଁ ତାଙ୍କ ସ୍ତ୍ରୀ ଆଜି କୋର୍ଟରେ ନିବେଦନ କରିଛନ୍ତି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ