Monday, May 12, 2025
32.1 C
Odisha

ପୁଅକୁ ଦେଖିବାକୁ ଆସି ଚାଲିଗଲା ବାପାର ଜୀବନ

ଆଗକୁ ପଢନ୍ତୁ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥ ବାଉଁଶୁଳି ଛକରେ ମଙ୍ଗଳବାର ସକାଳେ ପୁଲିସ କନଷ୍ଟେବଳଙ୍କ ବୁଲେଟ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବୁଲେଟ୍‌ରେ ଥିବା ଦୁଇ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପାଟଣା ଥାନା ଦୁବେଇପେଣ୍ଠ ଗ୍ରାମର ଜଗବନ୍ଧୁ ମହାରଣା । ପିଉସୀ ଘରେ ରହି ଏକ ପେଟ୍ରୋଲ ଟାଙ୍କିରେ କାମ କରୁଥିବା ପୁଅ ରୋହିତକୁ ଦେଖା କରିବାକୁ ଆସୁଥିବା ଜଗବନ୍ଧୁ ବସ୍‌ରୁ ଓହ୍ଲାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତୁରୁମୁଙ୍ଗା ଥାନା କନଷ୍ଟେବଳ ବିଶ୍ୱରଞ୍ଜନ ଭଞ୍ଜଦେଓ ଏବଂ ବଲାଣି ଥାନା କନଷ୍ଟେବଳ ପୁରୁଷୋତ୍ତମ ମହାନ୍ତ ବୁଲେଟ୍‌ରେ ତୁରୁମୁଙ୍ଗାରୁ କେନ୍ଦୁଝର ରିଜର୍ଭକୁ ଯାଉଥିବା ସମୟରେ ଜଗବନ୍ଧୁଙ୍କୁ ଧକ୍କା ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ୱୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା । ବୁଲେଟ୍‌ରେ ଯାଉଥିବା କନଷ୍ଟେବଳ ମଦ ପିଇଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ କନଷ୍ଟେବଳଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି କନଷ୍ଟେବଳଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଗାଡି ଚଳାଉଥିବା କନଷ୍ଟେବଳ ପୁରୁଷୋତ୍ତମ ମହାନ୍ତ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ଼ମେଡିକାଲସ୍ଥାନାନ୍ତର କରାଯାଇଛି । ପଛରେ ବସିଥିବା ତୁରୁମୁଙ୍ଗା ଥାନା କନଷ୍ଟେବଳ ବିଶ୍ୱରଞ୍ଜନ ଆହତ ହୋଇଛନ୍ତି । ତୁରୁମୁଙ୍ଗା ପୁଲିସ କେନ୍ଦୁଝର ମେଡିକାଲରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ୨୮୮/୨୪ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ମୃତ ଜଗବନ୍ଧୁଙ୍କ ପୁଅ ଦାବି କରିଥିବା ବେଳେ ସାମ୍ଭାବ୍ୟ ଉତ୍ତେଜନା ପାଇଁ ବାଉଁଶୁଳି ଛକରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
32.1 ° C
32.1 °
32.1 °
42 %
2.9kmh
70 %
Mon
32 °
Tue
42 °
Wed
42 °
Thu
42 °
Fri
43 °

ସମ୍ବନ୍ଧିତ