Friday, February 21, 2025
19.5 C
Odisha

    ପୁଅର ଶାବଳ ମାଡ଼ରେ ବାପାର ମୃତ୍ୟୁ

    ଆଗକୁ ପଢନ୍ତୁ

    ବାସୁଦେବପୁର: ବୁଢ଼ା ବୟସରେ ମୋତେ ଏ କି ଯନ୍ତ୍ରଣା ଦେଲ ଭଗବାନ ? ମୁଁ ତ କିଛି ଭୁଲ କରି ନଥିଲି । ପୁଅ ଜନ୍ମ କରିଥିଲି । ପୁଅ ଜନ୍ମ କରିବା କଣ ପାପ ଥିଲା କି ମୋର ? ମୋତେ କାହିଁକି ଏ ମରଣ ଦେଲ । ଭାବିଥିଲି ବୁଢ଼ା ବୟସରେ ମୋ ପୁଅ ମୋର ଯତ୍ନ ନେବ କିନ୍ତୁ ମୋ ପୁଅ ହିଁ ମୋ ଜୀବନ ନେଇଗଲା । ପିଲାବେଳେ ଏଇ କାନ୍ଧରେ ବସେଇ ତାକୁ କେତେ ବୁଲେଇଛି, ଯାହା ମାଗିଥିଲା ତାହା ଦେଇଛି । ହେଲେ ଏଇ ବୁଢା କାଳରେ କୋଉଠୁ ବା ଏତେ ଟଙ୍କା ଆଣିଥାନ୍ତି । ମୋ କଷ୍ଟକୁ ବୁଝିବ କଣ ଓଲଟି ମତେ ଏମିତି ବାଡେଇଲା ଯେ ମୋ ପିଣ୍ଡରୁ ପ୍ରାଣ ଛାଡିଗଲା ।

    ବାପା ଥିଲେ ସବୁ ଅଛି । ଆଙ୍ଗୁଠି ଧରି ବାଟ ଚଲେଇବା ଯିଏ ଶିଖାନ୍ତି, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଯିଏ ଦିଅନ୍ତି , ଆଉ ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ଯିଏ ହସିବା ଶିଖାଇଥାନ୍ତି । ସିଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ବାପା । ସେଇ ବାପା ଆଜି ମେଡିକାଲ୍ ବେଡ୍ ରେ ଚିରନିନ୍ଦ୍ରାରେ । କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ନିମିଷକ ଭିତରେ ଘଟିଗଲା ଅଘଟଣ । ହଁ ଦର୍ଶକବନ୍ଧୁ ସଂପର୍କରେ ପଡ଼ିଲା ରକ୍ତର ଛିଟା । ପୁଅ ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ।

    ବାସୁଦେବପୁର ବ୍ଲକ୍ ଗୋପବନ୍ଧୁନଗର ପଞ୍ଚାୟତ ଶାସମଲ ଘେରି ଗାଁରେ ଘଟିଛି ଏହି ଅଘଟଣ । ଜନ୍ମକଲା ପୁଅର ମାଡରେ ଜୀବନ ହାରିଛି ବାପା । ଘରୋଇ କଳହକୁ ନେଇ ବାପାକୁ ମାଡ଼ ମାରିଥିବା ଜଣାପଡିଛି । ତେବେ ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ବୃଦ୍ଧ ବାପାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାରେ ଭର୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି ।

    ମୃତକ ସେହି ଗାଁର ଦୁଖୀରାମ ମଣ୍ଡଳ । ସୂଚନା ମୁତାବକ, ଦୁଃଖିରାମଙ୍କ ୪ପୁଅ । ଚାରି ପୁଅ ଭିତରୁ ୩ନମ୍ବର ପୁଅ ବାଇଧର ମଣ୍ଡଳ ବାପାକୁ ପ୍ରତିଦିନ ଟଙ୍କା ମାଗିବା ସହିତ ପାଟିତୁଣ୍ଡ କରୁଥିଲା । ଆଜି ବି ବାଇଧର ବାପାକୁ ଆସି ଟଙ୍କା ମାଗିଥିଲା । ଟଙ୍କା ନଦେବାରୁ ଏକ ଶାବଳରେ ବାପା ଦୁଃଖିରାମଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲା ବାଇଧର । ଫଳରେ ଦୁଃଖିରାମ ରକ୍ତାକ୍ତ ଅବସ୍ଥାରେ ତଳେ ଟଳିପଡିଥିଲେ । ଏସବୁ ଦେଖି ଅନ୍ୟ ପୁଅ ମାନେ ବାପାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    କୁହାଯାଏ ବାପା ମାଆ ଭଗବାନଙ୍କ ଦ୍ୱିତୀୟ ରୂପ । ଛୁଆକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାରର କଷ୍ଟ ସହିବାକୁ ଏମାନେ ପ୍ରସ୍ତୁତ ଥାନ୍ତି । ତେବେ ଦୁନିଆର ସବୁ ଦୁଃଖକୁ ନିଜେ ସହି ଛୁଆକୁ ପ୍ରତିଟି ସୁଖ ଦେବାକୁ ଅହରହ ଚେଷ୍ଟା କରିଥାନ୍ତି ବାପାମାଆ । ତେବେ ସେହି ଜନ୍ମ କଲା ପିଲା କେବେବି ବାପା ମାଆଙ୍କ ଋଣ ସୁଝିପାରନ୍ତି ନାହିଁ ଏ କଥା ତ ସତ, ହେଲେ କିଏ କଣ ଏଭଳି ନିଜ ବାପା ମାଆଙ୍କ ଜୀବନ ନେଇଯିବାଟା କଣ ସମ୍ଭବ? ତେବେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁ ସମ୍ଭବ ଆଜ୍ଞା । ଯାହାର ଛାତିଥରା ଘଟଣା ଏବେ ଆପଣଙ୍କ ସାମ୍ନାରେ । ତେବେ ଏହି ଘଟଣାରେ ପୋଲିସ୍ ଉଚିତ୍ ତଦନ୍ତ କରି ଦୋଷୀକୁ ଗିରଫ କରିବାକୁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    93 %
    2.3kmh
    1 %
    Thu
    20 °
    Fri
    35 °
    Sat
    35 °
    Sun
    34 °
    Mon
    35 °

    ସମ୍ବନ୍ଧିତ