Friday, October 2, 2026
22.2 C
Odisha

    ପୁଣି ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ଇରାନ ଏବଂ ଇସ୍ରାଇଲର ଘମାଘୋଟ ଯୁଦ୍ଧ ଭିତରେ ସୁରକ୍ଷିତାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ।

    ଏହାକୁ ନେଇ ତେଲ ଆଭିଭରେ ପିଏଚଡି କରୁଥିବା ଜଣେ ଛାତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ଆମକୁ ଯିବାକୁ ପଡୁଥିଲା। ଆଜି ଆମେ କେବଳ ସରକାରଙ୍କ ପାଇଁ ଏଠାରେ ସୁରକ୍ଷିତାରେ ପହଞ୍ଚି ପାରିଛୁ। ସରକାର ସୀମା ପାର କରାଇବାରେ ପୁରା ସହଯୋଗ କରିଛନ୍ତି। ସେଠାରେ ଆମେ ଅନ୍ୟ ଦେଶର ପିଲାଙ୍କ ପରି ସମସ୍ୟା ମଧ୍ୟ ସାମ୍ନା କରିନାହୁଁ। ଭୁବନେଶ୍ୱର, କାକଟପୁର, କେନ୍ଦ୍ରାପଡାର ଛାତ୍ର ଅନୁଭୂତି ବଖାଣି କହିଲେ, ହମାସ ଆକ୍ରମଣ ଠାରୁ ଇରାନର ଆକ୍ରମଣ ଅଧିକ ରହିଛି।
    ଇରାନ ଅତ୍ୟାଧୁନିକ ମିଜାଇଲ ମାଡ଼ କରୁଥିବାରୁ ଏହି ସମସ୍ୟା ହୋଇଛି। ଆମେ 25 ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 14 ଜଣ ଫେରିଥିବାବେଳେ ପୂର୍ବରୁ କେବେ ଏପରି ଆକ୍ରମଣ ଦେଖିନଥିଲୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ