Saturday, August 22, 2026
24.2 C
Odisha

    ମହଙ୍ଗା ପଡ଼ିଲା ନକଲି ଦସ୍ତାବିଜ, ଜାଲି ଅଧ୍ୟାପକଙ୍କ ବିରୁଦ୍ଧରେ ଉଚ୍ଚଶିକ୍ଷା ବିଭାଗର ଆକ୍ସନ

    ଆଗକୁ ପଢନ୍ତୁ

    ଉଦଳା: ମହଙ୍ଗା ପଡ଼ିଲା ନକଲି ଦସ୍ତାବିଜ ଦେଇ ଅଧ୍ୟାପକ ଚାକିରି । ଜାଲି ଅଧ୍ୟାପକଙ୍କ ବିରୁଦ୍ଧରେ ଆକ୍ସନ । ଅଧ୍ୟାପକଙ୍କ ଠାରୁ ଗ୍ରାଣ୍ଟ-ଇନ-ଏଡର ସୁବିଧା ଉଠାଇଲା ଉଚ୍ଚଶିକ୍ଷା ବିଭାଗ । ଠକାମି କରି ନେଇଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧ୍ୟାପକ ଜଣକ ହେଲେ ଉଦଳା କଲେଜର ଜୁଲୋଜି ବିଭାଗର ପ୍ରଭାକର ସାହୁ । ସେ ୧୯୯୩ ମସିହାରେ ପିଜି ପାସ୍ କରିଛନ୍ତି । କିନ୍ତୁ ୧୯୯୨ ମସିହାରେ ଅଧ୍ୟାପକ ଭାବେ ଚାକିରିରେ ନିଯୁକ୍ତ ହୋଇଥିଲେ । ଜାଲ ଦସ୍ତାବିଜ୍ ଦେଇ ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ।

    ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ମଧ୍ୟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଚାଲିଥିଲା । ଚାକିରିରେ ନିଯୁକ୍ତି ବେଳକୁ ପିଜି ପାସ୍ କରିଥିବା ନେଇ କୌଣସି ତଥ୍ୟ ଦେଇପାରିନଥିଲେ ଅଧ୍ୟାପକ । ଫଳରେ ତାଙ୍କ ଠାରୁ ଗ୍ରାଣ୍ଟ-ଇନ-ଏଡ ସୁବିଧା ଉଠାଇନେଇଛି ଉଚ୍ଚଶିକ୍ଷା ବିଭାଗ । ଏହାସହ ଠକାମୀ କରି ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.2kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ