Tuesday, October 13, 2026
26.9 C
Odisha

    ପୁଣି କାର୍ଯ୍ୟକ୍ଷମ ହେଲା ଚନ୍ଦ୍ରରେ ଥିବା ଭାରତର ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣି ନୂଆ ଆଶା ସଞ୍ଚାର ହୋଇଛି। ଚନ୍ଦ୍ରରେ ଥିବା ଭାରତର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ପୁଣି କାର୍ଯ୍ୟକ୍ଷମ ହୋଇଛି। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାକୁ ଏହି ବଡ଼ ସଫଳତା ମିଳିଛି। ଏଜେନ୍ସି ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି। ଏବେ ବିକ୍ରମରେ ଲାଗିଥିବା ଲେଜର ରିଫ୍ଲେକ୍ଟର ଆରେ (ଏଲଆରଏ) ବିଶ୍ବର ଅନ୍ୟ ଚନ୍ଦ୍ର ଅଭିଯାନ ପାଇଁ ମାର୍ଗଦର୍ଶକ ପାଲଟି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରକୁ ପ୍ରଥମ ଥର ପାଇଁ ପରିକ୍ରମା କରୁଥିବା ନାସାର ଏକ ମହାକାଶ ଯାନ ବିକ୍ରମ ଉପରେ ଲେଜର ପକାଇ ଥିଲା। ପରେ ଏହା ପ୍ରତିଫଳନ ହୋଇ ମହାକାଶ ଯାନକୁ ସଙ୍କେତ ଦେଇଥିଲା। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
    ନାସାର ଲୁନାର ଅର୍ବିଟର (ଏଲଆରଓ) ଡିସେମ୍ବର ୧୨ ତାରିଖରେ ବିକ୍ରମର ରିଫ୍ଲେକଟର ଦେଇଥିବା ସିଗ୍‌ନାଲକୁ ଗ୍ରହଣ କରିଥିଲା। ଏଲ୍‌ଆରଓ ଏହାକୁ ବ୍ୟବହାର କରି ଲେଜର ରେଞ୍ଜ୍‌ ହାସଲ କରିଥିଲା। ଚନ୍ଦ୍ରରେ ରାତି ହୋଇଥିବାବେଳେ ଏହି ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଏଲଆରଓ ଚନ୍ଦ୍ରଯାନ-୩ ଅଭିମୁଖେ ବଢୁଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ