Tuesday, October 13, 2026
26.9 C
Odisha

    ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଏନ୍‌ଏସ୍‌ଏସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱାହା, ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ସମେତ ରାଜ୍ୟର ୨୨ ଗୋଟି ମହାବଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଅଫିସର, ଜିଲ୍ଲା ପ୍ରୋଗ୍ରାମ ଅଫିସର, ବିଶ୍ୱବିଦ୍ୟାଳୟର ଅଫିସ ଆସିଷ୍ଟାଣ୍ଟ ପ୍ରମୁଖ ବୈଠକରେ ଯୋଗଦେଇଥିଲେ । ପ୍ରଫେସର ଶ୍ରୀମତୀ ଆଚାର୍ଯ୍ୟ ବୈଠକରେ ଯୋଗଦେଇ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଏନ୍‌ଏସ୍‌ଏସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉତ୍କଳ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଶାଖା ମଧ୍ୟ ଏଥିରେ ଖୁବ ସକ୍ରିୟ ଏବଂ ଏହାର କାର୍ଯ୍ୟଶୈଳୀ ମଧ୍ୟ ପ୍ରଶଂସନୀୟ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଧ୍ୟାନ ଦେଲେ ଏହା ଯୁବସମାଜ ମଧ୍ୟରେ ନବସୃଜନ ସୃଷ୍ଟି କରିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ