Saturday, April 11, 2026
37.5 C
Odisha

    ପୁଣି ଜୀବନ ନେଲା ‘ମୋ ବସ୍‌’: ମହିଳାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ଗତ ୪ ତାରିଖ ଦିନ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ଘଟଣା ରାଜଧାନୀବାସୀ ଭୁଲି ନଥିବା ବେଳେ ଆଜି ସନ୍ଧ୍ୟାରେ ପୁଣି ସମାନ ପ୍ରକାରର ଅଘଟଣ ଘଟିଛି। ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ତଳେ ଜଣେ ମହିଳାଙ୍କ ଉପରେ ମୋ ବସ୍‌ ଚଢ଼ି ଯାଇଛି। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି। ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ ମୁନି ଜୁଆଡ଼ି (୧୨)ଙ୍କ ଉପରେ ମୋ ବସ୍‌ ଚଢ଼ିଯାଇଥିଲା। ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରାମଚନ୍ଦ୍ର ପରିବାର ସହ ରହି ଏଠାରେ କାମ କରନ୍ତି। ଦୁର୍ଘଟଣା ପରେ ବସ୍‌ ଚାଳକ ପୁରୀ ନିମାପଡ଼ାସ୍ଥିତ ହରିପୁର ଗ୍ରାମର ନୃସିଂହ ସେଠୀ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଥିଲେ। ମୃତ ନାବାଳିକାର ମା’ ସାବିତ୍ରୀ ଜୁଆଡ଼ିଙ୍କ ଅଭିଯୋଗ ପରେ ନୃସିଂହକୁ ପୁଲିସ୍‌ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

    ସକାଳ ପ୍ରାୟ ୮ଟା ବେଳେ ମୁନି ସାଇକେଲ୍‌ ଧରି ନନ୍ଦନକାନନ ଛକ ଆଡ଼କୁ ଯାଇଥିଲା। ନନ୍ଦନକାନନ ଛକ ଆଡ଼କୁ ଆସୁଥିବା ୫୪ ନମ୍ବର ରୁଟ୍‌ର ‘ମୋ ବସ୍‌’ (ଓଡି୦୨ବିଏ୯୪୦୬) ପଛପଟୁ ମୁନିକୁ ଧକ୍କା ଦେଇଥିଲା। ତଳେ ପଡ଼ିଯିବା ପରେ ମୁନି ମୁଣ୍ଡରେ ବସ୍‌ଟି ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ସାଇକେଲକୁ ୧୦୦ ମିଟର ଆଗକୁ ନନ୍ଦନକାନନ ଥାନା ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସେଠାରେ ବସ୍‌ ରଖି ନିଜେ ଚାଳକ ଫସି ରହିଥିବା ସାଇକେଲ୍‌କୁ ରାସ୍ତାରେ ଫିଙ୍ଗି ଦେବା ପରେ ଆତ୍ମସମର୍ପଣ କରିଥିଲା। ନାବାଳିକାର ବୀଭତ୍ସ ମୃତ୍ୟୁ ଦେଖି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ