Saturday, March 14, 2026
35.3 C
Odisha

    ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ । ଗତକାଲି ହଠାତ ନୀଳଚକ୍ର ଉପରେ ଶତାଧିକ ଚିଲ ଉଡୁଥିବା ଦେଖିବାକୁ ମିଳିଛି । ଯାହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି ଶ୍ରଦ୍ଧାଳୁ । ଏବେ ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ, କେହି କେହି ଏହାକୁ ପୃଥିବୀ ପ୍ରତି ମହାବିପତ୍ତି ଆସିବାକୁ ଯାଉଥିବା କହିଛନ୍ତି । ପୂର୍ବରୁ ମଧ୍ୟ ପତିତପାବନ ବାନା ଉପରେ ଚିଲ ବସିଥିଲା ।

    ସେହିପରି ନୀଳଚକ୍ରରେ ସଂଯୋଗ ହୋଇଥିବା ମାନସିକ ବାନା ଛିଣ୍ଡିଯାଇଥିଲା । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ଉପରେ ଘଟୁଥିବାରୁ ନାନା ଆଶଙ୍କା ଲାଗି ରହିଛି। ଶ୍ରୀମନ୍ଦିର ନୀଳଚକ୍ର ଉପରେ ଆଗରୁ ମଧ୍ୟ ଚିଲ ଉଡିବାର ନଜିର୍ ରହିଛି, ମାତ୍ର ଏତେ ସଂଖ୍ୟାରେ ଚିଲ ଉଡୁଥିବା ପ୍ରଥମଥର ପାଇଁ ଦେଖାଯାଇଛି । ତେଣୁ କେହିକେହି ଏହା ଅଶୁଭର ସଙ୍କେତ ବୋଲି ବିବେଚନା କରୁଥିବା ବେଳେ କେହିକେହି ଏହାକୁ ଚିରାଚରିତ ଘଟଣା ବୋଲି କହୁଛନ୍ତି ।

    ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା । କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ଚିଲ ବସିବା ଦ୍ୱାରା ଶ୍ରୀମନ୍ଦିରର ନୀତି କାନ୍ତି ପ୍ରଭାବିତ ହୋଇନାହିଁ । କିଛି ସମୟ ବସିବା ପରେ ଚିଲଟି ଉଡିଯାଇଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ