Saturday, August 29, 2026
30.1 C
Odisha

    ପୁଣି ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ପୁରୀ  : ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ ରେ ଘଟିଛି ଅଘଟଣ । ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର ଅମନ୍ କୁମାର ଓ ବିହାରର ରବି କୁମାର । ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।

    ଜୀବନକୁ ବାଜି ଲଗାଇ ଉଦ୍ଧାରକାରୀ ଦଳ ସମୁଦ୍ର ଭିତରକୁ ଯାଇ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ଝାଡ଼ଖଣ୍ଡର ଅମନ କୁମାର ଏବଂ ବିହାରର ରବି କୁମାର। ଉଦ୍ଧାର ପରେ ଲାଇଫଗାର୍ଡମାନେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।

    ତେବେ ପୁରୀ ସମୁଦ୍ରରେ ରିପ୍ କରେଣ୍ଟ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ଗାଧୋଇବା ସମୟରେ ସତର୍କ ରହିବାକୁ ଲାଇଫଗାର୍ଡ ଏବଂ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ନିର୍ଦ୍ଧାରିତ ସୁରକ୍ଷିତ ସ୍ଥାନରେ ହିଁ ସମୁଦ୍ରରେ ଗାଧୋଇବାକୁ କୁହାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    70 %
    3.7kmh
    87 %
    Sat
    30 °
    Sun
    25 °
    Mon
    24 °
    Tue
    23 °
    Wed
    27 °

    ସମ୍ବନ୍ଧିତ