Sunday, October 11, 2026
23.6 C
Odisha

    ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ ଟଙ୍କା କରିଦେବ ଡବଲ୍, ସେ ବି ଗ୍ୟାରେଣ୍ଟି ସହ

    ଆଗକୁ ପଢନ୍ତୁ

    ଆଜିକାଲି ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ପାଇଁ ଲୋକମାନେ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ଉପରେ ଅଧିକ ଭରସା କରୁଛନ୍ତି। ପୋଷ୍ଟ ଅଫିସର କିଛି ମନୋନୀତ ଆକାଉଣ୍ଟରେ ମିଳୁଥିବା ସୁଧ ଦେଶର ବଡ଼ ବଡ଼ ବ୍ୟାଙ୍କଗୁଡ଼ିକ ଠାରୁ ମଧ୍ୟ ଅଧିକ।

    ଯଦି ଆପଣ ବିନା କୌଣସି ବିପଦରେ ନିଶ୍ଚିତ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ଟିଡି ସ୍କିମ୍ ଆପଣଙ୍କ ପାଇଁ ସେରା ବିକଳ୍ପ ହୋଇପାରେ। ଏହା ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କ ଏଫଡି ପରି କାମ କରେ। ଏହି ଯୋଜନାରେ ଆପଣ ମାତ୍ର ୨ ଲକ୍ଷ ଟଙ୍କା ଜମା କରି କେମିତି ପ୍ରାୟ ୯୦ ହଜାର ଟଙ୍କାର ସୁଧ ପାଇପାରିବେ, ଆସନ୍ତୁ ଜାଣିବା:

    ୭.୫% ପର୍ଯ୍ୟନ୍ତ ମିଳୁଛି ଉଚ୍ଚ ସୁଧ ହାର: ପୋଷ୍ଟ ଅଫିସରେ ଆପଣ ୧ ବର୍ଷ, ୨ ବର୍ଷ, ୩ ବର୍ଷ ଏବଂ ୫ ବର୍ଷ ପାଇଁ ଟିଡି ଆକାଉଣ୍ଟ ଖୋଲିପାରିବେ। ଏଥିରେ ଜମା ରାଶି ଉପରେ ଏକ ସ୍ଥିର ସୁଧ ହାର ମିଳିଥାଏ ଏବଂ ମେଚୁରିଟି ପରେ ସମ୍ପୂର୍ଣ୍ଣ ଟଙ୍କା ସୁଧ ସହିତ ଫେରସ୍ତ କରାଯାଏ।

    ସରକାରୀ ଗ୍ୟାରେଣ୍ଟି: ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାଗୁଡ଼ିକ ସିଧାସଳଖ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ତେଣୁ ଏଥିରେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହ ରିଟର୍ଣ୍ଣର ଶତପ୍ରତିଶତ ଗ୍ୟାରେଣ୍ଟି ମିଳିଥାଏ।

     

    ବର୍ତ୍ତମାନର ସୁଧ ହାର: ୧ ବର୍ଷର TDରେ ୬.୯ ପ୍ରତିଶତ ସୁଧ ହାର ଥିବା ବେଳେ ୨ ବର୍ଷର TD ୭.୦ ପ୍ରତିଶତ ହୋଇଥାଏ । ସେହିପରି ୩ ବର୍ଷର TDରେ ୭.୧ ପ୍ରତିଶତର ସୁଧ ହାର ମିଳୁଥିବା ବେଳେ ୫ ବର୍ଷର TDରେ ୭.୫ ପ୍ରତିଶତ ସୁଧ ହାର ମିଳିଥାଏ ।

     

    ୨ ଲକ୍ଷ ଜମା କଲେ ମିଳିବ ଏତିକି ଟଙ୍କାର ଫାଇଦା: ଯଦି ଆପଣ ପୋଷ୍ଟ ଅଫିସର ୫ ବର୍ଷିଆ ଟିଡି ଯୋଜନାରେ ୨ ଲକ୍ଷ ଟଙ୍କା ଏକକାଳୀନ ଜମା କରୁଛନ୍ତି, ତେବେ ୭.୫% ସୁଧ ହାର ହିସାବରେ ଆପଣଙ୍କୁ ମେଚୁରିଟି ସମୟରେ କେବଳ ସୁଧ ବାବଦକୁ ୮୯,୯୯୦ ଟଙ୍କା ମିଳିବ। ଅର୍ଥାତ୍ ୫ ବର୍ଷ ପରେ ଆପଣଙ୍କୁ ମୋଟ ୨,୮୯,୯୯୦ ଟଙ୍କା ଫେରସ୍ତ ମିଳିବ।

    ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶର କୌଣସି ବଡ଼ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୫ ବର୍ଷର ଏଫଡି ଉପରେ ୭.୫ ପ୍ରତିଶତ ସୁଧ ପ୍ରଦାନ କରୁନାହାନ୍ତି।

    ସମସ୍ତଙ୍କ ପାଇଁ ସମାନ ନିୟମ: ବ୍ୟାଙ୍କଗୁଡ଼ିକରେ ବରିଷ୍ଠ ନାଗରିକ ମାନଙ୍କୁ ସାଧାରଣ ଗ୍ରାହକଙ୍କ ତୁଳନାରେ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିଥାଏ। କିନ୍ତୁ ପୋଷ୍ଟ ଅଫିସ୍ ଟିଡି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ସବୁ ବୟସର ଗ୍ରାହକମାନଙ୍କୁ ସମାନ ସୁଧ ପ୍ରଦାନ କରାଯାଏ। ତେଣୁ ଯୁବକ ହୁଅନ୍ତୁ କିମ୍ବା ବୃଦ୍ଧ, ସମସ୍ତେ ଏହି ୭.୫% ଉଚ୍ଚ ସୁଧ ହାରର ଲାଭ ଉଠାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ