Sunday, December 28, 2025
13.6 C
Odisha

    ପୁଣି ବଢିଲା ସୁନା ଏବଂ ରୂପା ଦାମ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସର୍ରୋଫା ବଜାରରେ ସୁନା ଦାମ୍ ୧୪୦ ଟଙ୍କା ବୃଦ୍ଧି ପାଇ ୮୮,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି ଯାହା କି ଏପର୍ଯ୍ୟନ୍ତର ସର୍ବୋଚ୍ଚ ଦାମ୍ ଭାବେ ରେକର୍ଡ କରିଛି । ପୂର୍ବରୁ ୯୯.୯ ପ୍ରତିଶତ ଶୁଦ୍ଧ ସୁନା ୮୭,୯୬୦ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ୯୯.୫ ପ୍ରତିଶତ ଶୁଦ୍ଧ ସୁନା ମଧ୍ୟ ୧୪୦ ଟଙ୍କା ବୃଦ୍ଧି ପାଇ ୮୭,୭୦୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି ଯାହା ପୂର୍ବ ବାଣିଜ୍ୟିକ ଦିନରେ ୮୭,୫୬୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ରୂପା ଦାମ୍ ମଧ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୯୮ ହଜାର ଟଙ୍କା ପ୍ରତି କିଲୋ ହୋଇଯାଇଛି । ପୂର୍ବରୁ ଏହା ୯୭,୨୦୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା । ଅର୍ଥାତ୍ ରୂପା ଦାମ୍ ପ୍ରାୟ ୧ ଲକ୍ଷ ଟଙ୍କା ପାଖାପାଖି ଛୁଇଁଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ଆଜି ୪୦୦ଟଙ୍କା ବୃଦ୍ଧି ପାଇ ୮୧,୫୫୦ ଟଙ୍କାରେ ପହଂଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.6 ° C
    13.6 °
    13.6 °
    38 %
    1.7kmh
    0 %
    Sun
    13 °
    Mon
    28 °
    Tue
    28 °
    Wed
    29 °
    Thu
    29 °

    ସମ୍ବନ୍ଧିତ