Sunday, October 4, 2026
24.3 C
Odisha

    ପୁଣି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଚେନ୍ନାଇ ଫେରିଲା ମଦୁରାଇ ଯାଉଥିବା ଇଣ୍ଡିଗୋ ବିମାନ

    ଆଗକୁ ପଢନ୍ତୁ

    ଚେନ୍ନାଇ : ମଦୁରାଇ ଯାଉଥିବା ଏକ ଘରୋଇ ବିମାନ କମ୍ପାନୀର ବିମାନରେ ଆଜି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି କାରଣରୁ ଏହାକୁ ଚେନ୍ନାଇ ଫେରିବାକୁ ପଡ଼ିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ଅଧ ଘଣ୍ଟା ଉଡ଼ାଣ ପରେ ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ୍ ବିମାନଟି ତ୍ରୁଟି ଜାଣିପାରିଥିଲେ ଏବଂ ଚେନ୍ନାଇ ଫେରିବା ଓ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ପ୍ରାୟ ୬୮ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ପରେ ଏଠାରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏ ବିଷୟରେ ଇଣ୍ଡିଗୋ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

    ସୂଚନାଯୋଗ୍ୟ, ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ଲଗାତର ଭାବେ ଏୟାର ଇଣ୍ଡିଆ ସମେତ ଅନ୍ୟ ଏୟାରଲାଇନ୍ସର ଏକାଧିକ ବିମାନରେ ଯାନ୍ତ୍ରିତ ତ୍ରୁଟି ଖବର ସାମ୍ନାକୁ ଆସୁଛି, ଯାହାକୁ ନେଇ ଲୋକେ ବିମାନ ଯାତ୍ରାକୁ ଅସୁରକ୍ଷିତ ମଣିବାସହ ଯାତ୍ରା କରିବାକୁ ଭୟ ମଧ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ