Sunday, October 4, 2026
24.3 C
Odisha

    କାର୍‌-ଟ୍ରକ୍ ମୁଁହମୁହିଁ ଧକ୍କା, ୯ ମୃତ

    ଆଗକୁ ପଢନ୍ତୁ

    କୋଲକାତା : ପଶ୍ଚିମବଙ୍ଗ ପୁରୁଲିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

    ସୂଚନା ଅନୁସାରେ ଗତକାଲି ପୁରୁଲିଆ ଟାଟା ଜାତୀୟ ରାଜପଥ ନାମସୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ କାର୍ କିଛି ଯାତ୍ରୀଙ୍କୁ ନେଇ କାର୍ଟି ପୁରୁଲିଆ ଝାଡଖଣ୍ଡ ଅଭିମୁଖେ ଯାଉଥିଲା। ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାରଟିକୁ ଧକ୍କା ଦେଇଥିଲା। ୯ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ