Saturday, June 14, 2025
34.5 C
Odisha

    ପୁଣି ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

    ଆଗକୁ ପଢନ୍ତୁ

    ଭୁବନେଶ୍ଵର :ରାସନ କାର୍ଡ ଇ-କେଓ୍ବାଇସି ଆଜି ଶେଷ ହେବାକୁ ଥିଲାବେଳେ ମାର୍ଚ୍ଚ ୩୧ ଯାଏଁ ପୁଣି ବଢିଲା ଇ-କେଓ୍ବାଇସି ଅବଧି। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ନେଟ୍‌ଓ୍ବାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ପଞ୍ଚମ ଥର ପାଇଁ ରାଜ୍ୟ ସରକାର କେ-ଓ୍ବାଇସି ଅବଧିକୁ ବୃଦ୍ଧି କରିଛନ୍ତି। ରାଜ୍ୟର ମୋଟ୍ ୩୪୧ ପଏଣ୍ଟରେ ନେଟ୍ଓ୍ବର୍କ ଡିଭାଇସ୍ ଲଗାଯିବ। ୧୧୧ଟି ସ୍ଥାନରେ ସ୍ଲୋ ନେଟଓ୍ବର୍କ ଏବଂ ୨୩୦ଟି ସ୍ଥାନରେ ଜିରୋ ନେଟ୍ଓ୍ବର୍କ ରହିଛି। ୯୦ ପ୍ରତିଶତ ଲୋକ ଇ-କେଓ୍ବାଇସି ଅପଡେଟ୍ କରିଥିବାବେଳେ ଆହୁରି ୩୩ ଲକ୍ଷ ବାକି ଅଛନ୍ତି। ନେଟ୍‌ଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକମାନେ ଇ-କେଓ୍ବାଇସି କରିନାହାନ୍ତି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ଇ-କେଓ୍ବାଇସି କରିସାରିଲେଣି। କୌଣସି ସମସ୍ୟା ଥିଲେ ଟ୍ରୋଲ୍ ଫ୍ରି ନଂ ୧୯୬୭କୁ କଲ୍‌ କରି ବୁଝିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    41 %
    2.1kmh
    94 %
    Sat
    35 °
    Sun
    40 °
    Mon
    29 °
    Tue
    26 °
    Wed
    32 °

    ସମ୍ବନ୍ଧିତ