Wednesday, October 14, 2026
22.5 C
Odisha

    ପାଣ୍ଡିଆନଙ୍କ କଥାରେ ବିଜେଡି ଗୃହକୁ ଅଚଳ କରୁଛି: ଜୟନାରାୟଣ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ବିଧାନସଭା ଅଚଳ କରାଯିବାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ଆଜି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର।ସେ କହିଛନ୍ତି, ବିରୋଧୀ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ। କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ, ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର । ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ