Monday, October 19, 2026
21.9 C
Odisha

    ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ, ଶୁଭ କି ଅଶୁଭ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ  ।  ଏବେ ଲଗାତାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ଆଜି ମଧ୍ୟ ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଏକ ଚିଲ କିଛି ସମୟ ଧରି ବସିବା ପରେ ଉଡିଯାଇଥିବା ଦେଖିବାକୁ ମିଳିଛି ।  ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।  କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି ।

    ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ ।  ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି ।  ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି ।  ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ ।  ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି  l  ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ