Wednesday, October 28, 2026
21.8 C
Odisha

    ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ: ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ପୁରୀ : ଜଗନ୍ନାଥ ମନ୍ଦିରକୁ  ମୋବାଇଲ ନେଇ କୌଣସି ଭକ୍ତ ଭିଡିଓ କରି ଭାଇରାଲ କରିଛି। ଏହାକୁ ସେ ସୋସିଆଲ ସାଇଡ଼ରେ ପଠାଇଛି। ପାଟ ଅଗଣାରେ ରହି ଭିଡିଓ ଉତ୍ତୋଳନ କରି ଇନ୍ଷ୍ଟଗ୍ରାମରେ ଭାଇରାଲ କରିଛି‌। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୋବାଇଲ ବାରଣ ରହିଥିବା ବେଳେ ଭକ୍ତମାନେ ବାରମ୍ବାର ଏଭଳି ଭିଡିଓ ଉଠାଯାଉଛି। ଏଭଳି ବ୍ୟକ୍ତିଙ୍କ ବିରୋଧ ଶ୍ରୀମନ୍ଦିର ପ୍ରଶାସନ କଣ ଆକ୍ସନ ନେଉଛି। କିନ୍ତୁ ଶ୍ରୀମନ୍ଦିର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ମୋବାଇଲ ନେଉଛନ୍ତି ତାକୁ କିପରି ରୋକାଯାଇ ପାରିବ ତା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ।

    ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଆଇନକୁ ଭାଙ୍ଗି ବିଭିନ୍ନ ସମୟରେ ଭକ୍ତ, ସେବାୟତ, ପୁଲିସ ଶ୍ରୀମନ୍ଦିର ଭିତର ‌ଫଟୋ ଭାଇରାଲ୍‌ କରୁଥିବା ନେଇ ଅଭିଯୋଗ ହୋଇଛି। କେତେବେଳେ ବାଇଶିପାହାଚରେ ପିଣ୍ଡଦାନର ଫଟୋ ତ କେତେବେଳେ ଆନନ୍ଦବଜାର, ମହାଲକ୍ଷ୍ମୀ ମନ୍ଦିର, ଭିତର ବେଢ଼ା ଫଟୋ ଭାଇରାଲ୍‌ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବାରେ କଟକଣା ଜାରି କରିଛି। ଏହାଭିତରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ର ଅନେକ ଅଭିଯୋଗ ବି ଥାନାରେ ପହଞ୍ଚିଛି। ବାରମ୍ବାର ଏଭଳି ଅଶୋଭନୀୟ ଘଟଣା ନେଇ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ମନରେ ଆଘାତ ଦେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    21.8 ° C
    21.8 °
    21.8 °
    95 %
    7.1kmh
    100 %
    Wed
    22 °
    Thu
    23 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ