Friday, October 2, 2026
22.2 C
Odisha

    ପୁଣେ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ: ଥାନାଠାରୁ ୧୦୦ ମିଟର ଦୂରରେ ଅପରାଧ

    ଆଗକୁ ପଢନ୍ତୁ

    ପୁଣେ: ପୁଣେର ସବୁଠାରୁ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ୍‌ରେ ଏକ ସରକାରୀ ବସ୍‌ ଭିତରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ବସ୍‌ଟି ପାର୍କିଂ ହୋଇଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ବସ୍‌ଷ୍ଟାଣ୍ଡ୍‌ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି। ଦୁଷ୍କର୍ମକାରୀକୁ ଚିହ୍ନଟ କରାଯାଇଛି ଏବଂ ତାକୁ ଧରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି। ଅଭିଯୁକ୍ତର ନାଁ ଦତ୍ତାତ୍ରୟ ରାମଦାସ। ପୁଲିସ ଉକ୍ତ ଘଟଣାର ତଦନ୍ତ ପାଇଁ ୮ଟି ଟିମ୍‌ ଗଠନ କରିଛି। ୩୬ ବର୍ଷୀୟ ରାମଦାସର ପୂର୍ବରୁ ଆପରାଧିକ ରେକର୍ଡ ମଧ୍ୟ ରହିଛି। ପୀଡ଼ିତା ଜଣେ ଘରୋଇ ସହାୟିକା। ସେ ସତରା ଜିଲ୍ଲାର ଫଲଟନ୍‌ ସ୍ଥିତ ନିଜ ଘରକୁ ଯାତ୍ରା କରୁଥିବାବେଳେ ବସ୍‌ଷ୍ଟାଣ୍ଡ୍‌ରେ ତାଙ୍କ ସହ ଏହି ଘଟଣା ଘଟିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ବସ୍‌ଷ୍ଟାଣ୍ଡ୍‌ରେ ଭଙ୍ଗାରୁଜା କରିଛନ୍ତି।
    ପୁଲିସ ଅନୁଯାୟୀ ଗତକାଲି ସକାଳ ୬ରୁ ୬.୩୦ ମଧ୍ୟରେ ଏହି ଘଟଣା ଘଟିଛି। ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ମହିଳାଙ୍କ ସହ କଥା ହେଉଛି ଏବଂ ତାଙ୍କୁ ଦିଦି ସମ୍ବୋଧନ କରି ଏକ ସଂପୂର୍ଣ୍ଣ ଖାଲି ବସ୍‌ରେ ବସିବା ପାଇଁ ବାଟ ଦେଖାଉଛି। ମହିଳା ଜଣକ ବସ୍‌ରେ ଚଢ଼ିଯିବା ପରେ ଅଭିଯୁକ୍ତ ବସ୍‌ରେ ଚଢ଼ି କବାଟ ବନ୍ଦ କରିଦେଇଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା କହିଛନ୍ତି। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ ଦ୍ବାରା ପରିଚାଳିତ ସବୁଠାରୁ ବଡ଼ ବସ୍‌ଷ୍ଟାଣ୍ଡ୍‌ରେ ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉକ୍ତ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ପୁଲିସକୁ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ