Tuesday, July 21, 2026
24.1 C
Odisha

    ପୁରୀରେ ଆଜି ତିନି ରଥର ଯୋକା ଫିଟିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

    ଆଗକୁ ପଢନ୍ତୁ

    ପୁରୀ  : ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ ।  ତିନିରଥର ମୋଟ ୩୨ ଗୋଟି ପୋଲ ଗୟଳ ଏବଂ ଚାନ୍ଦା ଗୟଳ ମଧ୍ୟରୁ ବାକିଥିବା ତିନିରଥର ଦୁଇଟି ଲେଖାଏଁ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡ଼ିରେ ବାନ୍ଧେଣି ପଡ଼ିଥିଲା । ବାକିଥିବା ଚାନ୍ଦା ଗୟଳ ଗୁଡିକରେ କଣ୍ଟା ବସିବା କାର୍ଯ୍ୟ ଶେଷ ହୋଇଛି । ଆଜି ତିନି ରଥର ଯୋକା ଫିଟିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ମୋଟ ୪୪ ଗୋଟି ଯୋକା ଗୁଡିକୁ ତିନି ରଥରେ ଫିଟିଙ୍ଗ ପୂର୍ବରୁ ଯୋକା ଗୁଡିକରେ ମାପ ପ୍ରକାରେ କାପ ଖୋଦେଇ କାର୍ଯ୍ୟ ଶେଷ ହୋଇ ତାଳ ଧ୍ୱଜ ଏବଂ ଦର୍ପଦଳନ ରଥରେ ୮ ଟି ଲେଖାଏଁ ଯୋକା ଫିଟିଙ୍ଗ ଶେଷ ହୋଇଛି ।

    ନନ୍ଦିଘୋଷ ରଥର ସମସ୍ତ ଜୋକା ଗୁଡ଼ିକର କାପ ଖୋଦେଇ ଶେଷ ହୋଇଛି । ରଥ ଚାଳିରେ ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ ପ୍ରସ୍ତୁତି କାର୍ଯ୍ୟ । ଗତକାଲି ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ରଥ ଚାଳିରେ ପ୍ରସ୍ତୁତି ଆରମ୍ଭ ହୋଇଛି ତିନିରଥର ପ୍ରଥମ ଭୂଇଁ ଫ୍ରେମ୍ । ପ୍ରଥମ ଭୂଇଁ ଫ୍ରେମ ର ୬ କାଠି ପ୍ରେମ ପ୍ରସ୍ତୁତି ଶେଷ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.1 ° C
    24.1 °
    24.1 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    26 °
    Fri
    28 °
    Sat
    29 °

    ସମ୍ବନ୍ଧିତ