Saturday, October 10, 2026
27.9 C
Odisha

    ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ ।  ୫ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ । ବ୍ୟକ୍ତିଗତ ଶତ୍ରୁତା ପାଇଁ ପିଶାଚ ପାଲଟିଗଲା ପଡ଼ୋଶୀ ।  କଟକ ସାଲେପୁର ବାହାବଳପୁରରୁ ଆସିଥିବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି ।  ଏବେ ଗତ ୧୭ ଦିନ ହେଲାଣି ଜୀବନ ମରଣ ସହ ସଂଗ୍ରାମ କରୁଛି ରୋହିତ କୁମାର ମଲିକଙ୍କ ୫ ବର୍ଷର ପୁଅ । ରୋହିତଙ୍କ ପଡୋଶୀଙ୍କ ସହିତ ଜମି ବାଡ଼ିକୁ ନେଇ ପୂର୍ବ ଶତ୍ରୁତା ଥିଲା ।

    ଗତ ୨୨ ତାରିଖରେ ଶିଶୁଟି ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ରାଗରେ ମିଠାରେ ବିଷ ଦେଇଦେଇଥିଲେ ।  ଗୁରୁତର ଅବସ୍ଥାରେ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ଏବେ ଆଇସିୟୁରେ ତାର ଚିକିତ୍ସା କରାଯାଉଛି । ଏନେଇ ରୋହିତ କୁମାର ସାଲେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରରେ ପୋଲିସ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ