Thursday, September 17, 2026
24.1 C
Odisha

    ପୁରୀରେ ପୁଣି ଗଡ଼ିଲା ମୁଣ୍ଡ, ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ପୁଣି ହତ୍ୟା । ଜଗନ୍ନାଥ ବଲ୍ଲଭ ଭିତରେ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ବଲ୍ଲଭ ଭିତରେ ଥିବା ଵେଣ୍ଟ ପୋଖରୀ ନିକଟରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ହୋଇଛି । ଜଣେ ଆଉ ଜଣକୁ ପଥରରେ ଛେଚି ହତ୍ୟା କରିଥିବା ପୋଲିସର ସୂଚନା ଦେଇଛି । ଘଟଣାସ୍ଥଳରେ ଟାଉନଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

    ସେହିପରି ଗତ ଦୁଇ ଦିନ ତଳେ ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପତିତପାବନ ସାହିରେ ଏକ ଭଡା ଘରେ ମା’କୁ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ଫେରାର ହୋଇଯାଇଥିଲା ପୁଅ । ଗତ 3 ରୁ 4 ଦିନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରିଥିଲା ପୁରୀ ପୋଲିସ । ତେବେ ଅଭିଯୁକ୍ତ ପୁଅ ଫେରାର୍‌ ହୋଇଯାଇଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନଥିବା ପୁରୀ ଏସପି ପ୍ରତୀକ ସିଂହ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ