Friday, April 3, 2026
36.1 C
Odisha

    ପୁରୀରେ ପୂର୍ବ ସରକାର ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ: ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ ହେବ ସମସ୍ତ ମଠର ବିଜେ ସ୍ଥଳି ଓ କୋଠାରୀ। ଏହା ଫଳରେ ମନ୍ଦିର ନୀତିକାନ୍ତି ସମ୍ପନ୍ନ କରିବା ସହଜ ହେବ। ଏନେଇ ସରକାର ଦେବୋତ୍ତର ବିଭାଗ ମୁଖ୍ୟଙ୍କ ସହ ଦୁଇଥର ବୈଠକ କରିସାରିଛନ୍ତି। ଏଥିସହ ସମସ୍ତ ମଠ ମୁଖ୍ୟ, ଜିଲ୍ଲାପାଳ, ମନ୍ଦିର ପ୍ରଶାସକ, ପରିଚାଳନା କମିଟି ସହ  ଆଲୋଚନା ହୋଇସାରିଛି ବୋଲି  ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ