ପୁରୀ : ପୁରୀରେ ଆଜିଠାରୁ ଆରମ୍ଭ ହେଉଛି ହବିଷ୍ୟାଳିଙ୍କ ପଞ୍ଜିକରଣ । ସହରର ୫ଟି ସ୍ଥାନରେ ହବିଷ୍ୟାଳି ମା’ ମାନଙ୍କ ଲାଗି ରହିବାର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆଜି ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ ପର୍ଯ୍ୟଟକ କମ୍ପେ୍ଲକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି ।
ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିବା ମହିଳମାନେ ତାଙ୍କର କାଗଜ ଦେଖାଇ ସେଠାରେ ରହିପାରିବେ । କିପରି ସୁବିଧାରେ ଶ୍ରୀମନ୍ଦିରରେ ଦର୍ଶନ, ମହାପ୍ରସାଦ ସେବନ, ପୂଜାବିଧି ସହ ଆକାଶଦୀପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସରଳ ଭାବେ ହୋଇପାରିବ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କେବଳ ଅନଲାଇନରେ ବୁକିଂ କରିଥିବା ୨ହଜାର ୫ଶହ ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠାରୁ କାର୍ତ୍ତିକ ହବିଷ୍ୟାଳି ମାନେ ବ୍ରତ ସଂକଳ୍ପ କରିବେ ।