ପୁରୀ : ପୁରୀରେ ଏନକାଉଣ୍ଟର। ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ପୋଲିସର ଆକ୍ସନ । ହତ୍ୟାକାରୀକୁ ଏନକାଉଣ୍ଟର କଲା ପୋଲିସ। ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର ହୋଇଛି । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।
ସେହିପରି ଗତ ଦୁଇ ଦିନ ତଳେ ରାଉରକେଲାରେ ଡବଲ ଏନକାଉଣ୍ଟର ହୋଇଥିଲା । ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର କରିଥିଲା । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ସେକ୍ଟର-୬ ତୋଫାନ ବିନ୍ଧାଣି ହତ୍ୟା ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଝିରପାଣି ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିବା ବେଳେ ସେଠାରୁ ଖସିଯିବାକୁ ପୋଲିସକୁ ଫାୟାରିଂ କରିଥିଲେ । ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଆହତ ହୋଇଥିଲେ ଦୁଇ ଅପରାଧୀ । ଦୁଇ ଅପରାଧୀଙ୍କ ଗୋଡ଼ରେ ବାଜିଥିଲା ଗୁଳି।
