Sunday, October 4, 2026
28.6 C
Odisha

    ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୂର୍ବରୁ ୨୨ଟି ବ୍ୟାଙ୍କ ରାଜ୍ୟ ସରକାରଙ୍କ ନେଣଦେଣ ତାଲିକାରେ ରହିଥିବାବେଳେ ଏବେ ବିଭିନ୍ନ ପ୍ରକାର ଅକ୍ଷମତା କାରଣରୁ ୮ଟି ବ୍ୟାଙ୍କକୁ ବାଦ୍‌ ଦିଆଯାଇ ୧୪ଟିକୁ ଅର୍ଥ ବିଭାଗ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଜୁନ୍‌ ୨୨ରେ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସହିତ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା, ପିଏମ୍‌ଇଜିପି, ପିଏମ୍‌ଏଫ୍‌ଏମ୍‌ଇ, ପିଏମ୍‌ଜେଡିଓ୍ବାଇ ପ୍ରଭୃତି ଯୋଜନାରେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ହାସଲ କରି ନ ଥିବାରୁ ସଂପୃକ୍ତ ୮ଟି ବ୍ୟାଙ୍କକୁ ସରକାରୀ ନେଣଦେଣ ତାଲିକାରୁ ବାଦ୍‌ ଦିଆଯାଇଛି। ତେବେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଯୋଗର ହାତ ବଢ଼ାଇଥିବା ଏବଂ ବିଭିନ୍ନ ମାନକରେ ସଫଳ ହୋଇଥିବାରୁ ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଓଡ଼ିଶା ଷ୍ଟେଟ୍‌ କୋ-ଅପରେଟିଭ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ସ୍ବୀକୃତି ମିଳିଛି। ଉପରୋକ୍ତ ବ୍ୟାଙ୍କ ମାଧ୍ୟମରେ ସରକାରଙ୍କ ନେଣଦେଣ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ବିଭାଗ ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତିି।
    ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୩୦ରେ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ପୂର୍ବରୁ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଘରୋଇ କ୍ଷେତ୍ରରେ ସବୁଠାରୁ ଜଣାଶୁଣା ଆକ୍ସିସ୍‌ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ରହିଥିବାବେଳେ ଏବେ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ସେହିପରି ସରକାରଙ୍କ କୋ-ଅପରେଟିଭ୍‌ ବ୍ୟାଙ୍କ ମଧ୍ୟରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବାଦ୍‌ ପଡ଼ିଥିବାବେଳେ ଡିସିବି ବ୍ୟାଙ୍କ, ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ମଧ୍ୟ ବାଦ୍‌ ପଡ଼ିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ