Sunday, October 18, 2026
23.2 C
Odisha

    ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ

    ଆଗକୁ ପଢନ୍ତୁ

    ପୁରୀ : ଦୀର୍ଘ ୫ ବର୍ଷଧରି ଇକୋ ରିଟ୍ରିଟ କରି ସଫଳତା ସାଉଁଟିବା ପରେ ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଏହା ଡିସେମ୍ବର ୧୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୯୦ ଦିନ ଧରି ଅନୁଷ୍ଠିତ ହେବ । ଶୁକ୍ରବାର ଡିସେମ୍ବର ୧୩ ତାରିଖରେ ଅପରାହ୍ନରେ ମୁଖ୍ୟ ଅତିଥିଭାବେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ ଉତ୍ସବକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଥିଲେ । ଉଦଘାଟନ ଉତ୍ସବ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବିଧାୟକ ସତ୍ୟବାଦୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନୀଲ ମହାନ୍ତି, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ଉପସଚିବ ବାଳ ମୁକୁନ୍ଦ ଭୂୟାଁ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ବିନୀତ ଅଗ୍ରୱାଲ, ପୁରୀ ଜିଲ୍ଲା ବନ ବିଭାଗ ଅଧିକାରୀ ବିବେକ କୁମାର, ଜଗତସିଂହପୁର ଏମପିଙ୍କ ପ୍ରତିନିଧି ସୁଦର୍ଶନ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ପ୍ରତିବର୍ଷ ପରି ଚଳିତ ବର୍ଷ କୋଣାର୍କ ଇକୋ ରିଟ୍ରିଟ ରେ ପର୍ଯ୍ୟଟକଙ୍କ ନିମନ୍ତେ ୩୦ ଗୋଟି ଡିଲକ୍ସ କଟେଜ ,୨୦ ଟି ପ୍ରିମିୟମ୍‌ କଟେଜ, ୮ ଟି ପ୍ରେସିଡେଣ୍ଟ ଭିଲା , ୧୨ ଟି ରୟାଲ କଟେଜ ଭଳି ସମୁଦାୟ ୭୦ ଗୋଟି ତମ୍ବୁଘର ନିର୍ମାଣ କରାଯାଇଥିବାବେଳେ ଏହାର ମୂଲ୍ୟ ଗୋଟିଏ ରାତି ପିଛା ୫ ହଜାରରୁ ୩୫ ହଜାର ପର୍ଯ୍ୟନ୍ତ ରହିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏହି ତମ୍ବୁ ଘରେ ବେଳା ଭୂମିରେ ପଞ୍ଚ ତାରକା ହୋଟେଲ ସମସ୍ତ ସୁବିଧା ପାଇବେ ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା, ବିଚ ସାକ,ପରାସେଲିଂ, ସାଇକେଲିଂ, ଭଳିବଲ ଭଳି ସୁବିଧା ଯୋଗାଇ ଦିଆଯିବ । ସେହିପରି ଇକୋ ରିଟ୍ରିଟ୍‌ରେ କନଫରେସନ୍ ହଲ୍ ,ରିସେପ୍‌ସନ୍ ହଲର ବ୍ୟବସ୍ଥା ରହିଥିବାବେଳେ ପର୍ଯ୍ୟଟକମାନଙ୍କ ନିମନ୍ତେ ସମୁଦ୍ର କୂଳରେ ଦୁଇଟି ଓପନ୍‌ ବାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ରୁମ ଗୁଡିକୁ ଅନଲାଇନରେ ପର୍ଯ୍ୟଟନ ବିଭାଗ ଓ ଅନ୍ୟ ପ୍ରତିଷ୍ଠିତ ଟ୍ରାଭଲସର ୱେବସାଇଟରେ ବୁକିଙ୍ଗ ପାଇଁ ବ୍ୟବସ୍ଥା କରାଯାଇ ବୁକିଙ୍ଗ ଚାଲୁରହିଛି। ପ୍ରଥମ ଦିନରେ ୩୦ ରୁ ଅଧିକ ଟେଣ୍ଟ ହାଉସ, ବିବାହ, କମ୍ପାନୀ କଂନଫେରେନ୍ସେ ନିମନ୍ତେ ଅନଲାଇନ ବୁକିଂ ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ