Tuesday, May 12, 2026
31.4 C
Odisha

    ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ , ୨୦ରୁ ଉର୍ଦ୍ଧ ପର୍ଯ୍ୟଟକ ଉଦ୍ଦାର

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ସମୁଦ୍ରର ବିଭିନ୍ନ ସେକ୍ଟରରେ ବୁଡିଯାଉଥିବା ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଆଜି ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ପିଲା,ଯୁବକ ,ଯୁବତୀ ,ପୁରୁଷ ,ମହିଳା ସମସ୍ତେ ରହିଛନ୍ତି । ବେଳାଭୂମିର ୦୭ ନମ୍ୱର୍ ସେକ୍ଟର ମହୋଦଧି ପ୍ୟାଲେସ ସମ୍ମୁଖରେ ଗାଧୋଉଥିବା ବେଳେ ବୁଡିଯାଉଥିବା ୩ ପର୍ଯ୍ୟଟକଙ୍କ ଉଦ୍ଧାର କରାଯାଇଥିଲା । ସେମାନେ ହେଲେ ପଶ୍ଚିମବଙ୍ଗ ପାନଗଡର ଦୀପ ରାୟ , ଅରଜିତ୍ ପାଞ୍ଜା ଓ ଅଭିଜିତ୍ ପାଞ୍ଜା । ସେହିପରି ୩ ନମ୍ୱର୍ ସେକ୍ଟର ବାଳାନନ୍ଦ ଆଶ୍ରମ ସମ୍ମୁଖରେ ବୁଡିଯାଉଥିବା ହର୍ଶିତ୍ କୁମାର ,ସିଦ୍ଧାର୍ଥ ମାଣିକପୁରୀ, ୟନେଶ୍ ସାହୁ , ଡୋମେଶ୍ୱର ସାହୁଙ୍କୁ ଉଦ୍ଧାର କରାଯାଇଛି । ଏମାନେ ହେଲେ ଛତିଶଗଡ ରାଜ୍ୟର ।

    ସେହି ୩ ନମ୍ୱର୍ ସେକ୍ଟରରୁ କଟକର ପରମେଶ୍ବର ଦାସ ଓ ସୁନ୍ଦରଗଡର ମାଧବେଦ୍ର ନାୟକଙ୍କୁ ଉଦ୍ଧାର କରାଯାଇଛି । ବ୍ଲୁ ଫ୍ଲାଗ ବିଚରେ ଗାଧୋଉଥିବା ବେଳେ ବୁଡିଯାଉଥିବା ଯାଜପୁର ମଙ୍ଗଳପୁର ଅଞ୍ଚଳର ପିଣ୍ଟୁ ସାହୁ ଓ ଚନ୍ଦନ ସାହୁଙ୍କୁ ଉଦ୍ଧାର କରାଯାଇଛି । ଏମାନେ ଦୁଇ ଭାଇ ବୋଲି ଜଣାପଡିଛି । ସେହିପରି ୬ ନମ୍ୱର୍ ସେକ୍ଟର ହୋଟେଲ ସ୍ୱପ୍ନପୁରୀ ହୋଟେଲ ସମ୍ମୁଖରେ ଗାଧୋଉଥିବା ବେଳେ ବୁଡିଯାଉଥିବା ୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

    ଉଦ୍ଧାର ପର୍ଯ୍ୟଟକ ହେଲେ ଝାରସୁଗୁଡ଼ା ଓ ନୟାଗଡ ଅଞ୍ଚଳର ମହମ୍ମଦ,ଓମ୍ ଶ୍ରୀ ଜେନା,ପ୍ରିୟମ ପ୍ରତିଜ୍ଞା ସୁବୁଦ୍ଧି,ସୌମ୍ୟ ରଂଜନ ,ଚିତ୍ତ ସ୍ୱରୂପ ଦାସ । ୧୩ ନମ୍ୱର୍ ସେକ୍ଟର ସମୁଦ୍ରରୁ ବିହାର ଭାନପୁର ଅଞ୍ଚଳର ଶିବମ୍ କୁମାର ,ବ୍ଲୁ ଫ୍ଲାଗ ବିଚ୍ ରୁ ରବିନ ସିଂହଙ୍କୁ ଉଦ୍ଧାର କରାଯାଇଛି । ଗୋଟିଏ ଦିନରେ ଏତେ ସଂଖ୍ୟାରେ ପର୍ଯ୍ୟଟକ ଉଦ୍ଧାର ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ସମୁଦ୍ରରେ ରିପ କରେଣ୍ଟ ଯୋଗୁଁ ଏଭଳି ଘଟଣା ଘଟିଛି । ଲାଇଫ ଗାର୍ଡ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଯୋଗୁଁ ଅନେକ ଜୀବନ ସୁରକ୍ଷିତ ହୋଇପାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.4 ° C
    31.4 °
    31.4 °
    46 %
    5.1kmh
    27 %
    Tue
    32 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ